ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ମାଇକ୍ରୋୱେଭର ବ୍ୟବହାର ଆମର ଆବଶ୍ୟକତା ପାଲଟିଯାଇଛି। କମ୍ ସମୟରେ ଏବଂ ସୁବିଧାରେ ଖାଇବା ଜିନିଷ ଗରମ ହୋଇପାରୁଥିବାରୁ ଏହା ସମସ୍ତଙ୍କର ପ୍ରଥମ ପସନ୍ଦ ପାଲଟିଛି। ତେବେ ମାଇକ୍ରୋୱେଭରେ ଖାଇବା ଜିନିଷକୁ ବାରମ୍ବାର ଗରମ କରି ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।

ଗବେଷକମାନଙ୍କ ଅନୁସାରେ ମାଇକ୍ରୋୱେଭରେ ଖାଇବା ଜିନିଷ ଗରମ କରିବା ପରେ ବି ସେଥିରେ କିଛି ବ୍ୟାକ୍ଟେରିଆ ରହିଯାଇଥାଏ ଯାହାକି କର୍କଟ ରୋଗ ସୃଷ୍ଟି କରିଥାଏ। ଏହା ଫୁଡ ପଏଜନିଂ ସସସ୍ୟା ସୃଷ୍ଟି କରିଥାଏ। ତେଣୁ ମାଇକ୍ରୋୱେଭରେ କେଉଁ ଖାଦ୍ୟ ଗରମ କରିବା ସମୟରେ କିଭଳି ସତର୍କ ରହିବେ ତାହା ଜାଣନ୍ତୁ।

-ମାଇକ୍ରୋୱେଭରେ ସିଝା ଅଣ୍ଡାକୁ ଗରମ କରିବା ସବୁଠୁ ଅଧିକ ବିପଜ୍ଜନକ। କାରଣ ସିଝାଅଣ୍ଡାକୁ ଗରମ କରିବା ସମୟରେ ଅଣ୍ଡାର ନମନୀୟତା ପ୍ରଚୁର ପରିମାଣରେ ଉତ୍ତାପକୁ ଗ୍ରହଣ କରିନେଇଥାଏ। ତେଣୁ ତାହା ମାଇକ୍ରୋୱେଭ ଭିତରେ ବି ଫାଟିବାର ଆଶଙ୍କା ଥାଏ। ସେପରି ନହେଲେ ବାହାରକୁ ଆଣିବା ପରେ ଏହା ତୁରନ୍ତ ଆପଣଙ୍କର ହାତ, ପ୍ଲେଟ ଏବଂ ମୁହଁରେ ପଡ଼ିବାର ବି ଆଶଙ୍କା ରହେ। ତେଣୁ ସିଝାଅଣ୍ଡାକୁ ଗରମ କରିବା ସମୟରେ ସବୁବେଳେ ଛୋଟ ଛୋଟ ଖଣ୍ଡ କରି କାଟି ଗରମ କରନ୍ତୁ।

-ମାଇକ୍ରୋୱେଭରେ ଭାତକୁ ପୁଣିଥରେ ଗରମ କରି ଖାଇଲେ ଫୁଡ୍ ପଏଜନିଂ ହୋଇପାରେ। ଏହାର କାରଣ ହେଉଛି ଭାତରେ ଥିବା ଏକପ୍ରକାର ବ୍ୟାକ୍ଟେରିଆ। ଉତ୍ତାପ ଯୋଗୁ  ଏହି ବ୍ୟାକ୍ଟେରିଆ କିଛି ପରିମାଣରେ ନଷ୍ଟ ହୋଇଯାଆନ୍ତି ସତ, ତେବେ ଏହାଯୋଗୁ ଏକ ବିଷାକ୍ତ ପଦାର୍ଥ ଉତ୍ପନ୍ନ ହୋଇଥାଏ, ଯାହାକି ଫୁଡ ପଏଜନିଂ, ଆଲର୍ଜି ସୃଷ୍ଟି କରେ।

-ମାଇକ୍ରୋୱେଭ ବଦଳରେ ଶାଗକୁ ଓଭନରେ ଗରମ କରିବା ଆବଶ୍ୟକ। କାରଣ ମାଇକ୍ରେୱେଭରେ ଗରମ କଲେ ସେଥିରେ ଥିବା ନାଇଟ୍ରେଟସ୍ ନଷ୍ଟ ହୋଇଯାଇଥାଏ। କେବଳ ସେତିକି ନୁହେଁ, ଏହାଯୋଗୁଁ କର୍କଟ ରୋଗ ସୃଷ୍ଟିକାରୀ ତତ୍ତ୍ୱ ସୃଷ୍ଟି ହୋଇଥାଏ।

-ଚିକେନକୁ କେବେହେଲେ ମାଇକ୍ରୋୱେଭରେ ଗରମ କରିବା କଥା ନୁହେଁ। କାରଣ ମାଇକ୍ରୋୱେଭ ସମାନ ଭାବେ ଚିକେନର ସବୁ ଅଂଶକୁ ଗରମ କରିପାରେ ନାହିଁ। ଫଳରେ ବ୍ୟାକ୍ଟେରିଆ ସେଭଳି ରହିଯାଏ। ଏହି ବ୍ୟାକ୍ଟେରିଆ ପେଟ ଖରାପ କରିବା ସହିତ କର୍କଟ ରୋଗ ସୃଷ୍ଟି କରେ।

Comment