ଓଡ଼ିଶାଲାଇଭ୍ ବ୍ୟୁରୋ

ଓଜନ ବୃଦ୍ଧିକୁ ନେଇ ସମସ୍ତେ ଚିନ୍ତିତ। ଏଥିପାଇଁ ଲୋକମାନେ ବିଭିନ୍ନ ଡାଏଟ୍‌ ଓ ବ୍ୟାୟାମ କରିଥା’ନ୍ତି। ହେଲେ ଜାଣିଛନ୍ତି କି? ନିଜ ଖାଦ୍ୟରେ କିଛି ଖଟାଜାତୀୟ ଖାଦ୍ୟ ସାମିଲ କଲେ ଆପଣ ନିଜ ଓଜନକୁ ନିୟନ୍ତ୍ରଣ ରଖିପାରିବେ।

ଲେମ୍ବୁ
ଲେମ୍ବୁରେ ଆଣ୍ଟି ଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଛି। ପ୍ରତିଦିନ ଖାଦ୍ୟରେ ଲେମ୍ବୁ ସାମିଲ କଲେ ଆପଣଙ୍କ ଓଜନ କମ୍ ହୋଇଥାଏ।

ପ୍ରତିଦିନ ସକାଳୁ ଖାଲି ପେଟରେ ଲେମ୍ବୁ ପାଣି ପିଇବା ଦ୍ୱାରା ଓଜନ କମ୍‌ ହୋଇଥାଏ।

କମଳା

କମଳାରେ ଫ୍ୟାଟ୍‌ ବହୁତ କମ୍‌ ଥାଏ। ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଭରପୂର ମାତ୍ରାରେ ଥାଏ। ଓଜନ କମ୍‌ କରିବା ପାଇଁ କମଳା ସବୁଠୁ ଭଲ ଓ ସ୍ୱାସ୍ଥ୍ୟପ୍ରଦ।

ତେନ୍ତୁଳି

ଅଧିକ ଖଟା ବିଶିଷ୍ଟ ତେନ୍ତୁଳିରେ ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟିଇନ୍‌ଫ୍ଲାମେଟୋରୀ ପଦାର୍ଥ ଥାଏ। ଏଥିରେ ଭିଟାମିନ୍‌ ସି ପ୍ରଚୁର ପରିମାଣରେ ଥାଏ। ସପ୍ତାହକୁ ଥରେ ଏହାକୁ ଖାଦ୍ୟରେ ସାମିଲ କଲେ ଓଜନ ନିୟନ୍ତ୍ରଣ ହୋଇଥାଏ।

ଗବେଷଣାରୁ ଜଣାପଡ଼ିଛି ଯେ, ତେନ୍ତୁଳିରେ ହାଇଡ୍ରୋକ୍ସିସାଇଟ୍ରିକ୍‌ ଏସିଡ୍‌ ଥାଏ ଯାହା ଓଜନ କମ୍‌ କରିବା ସହ ଶରୀରରେ ଫ୍ୟାଟ୍‌ ରଖେ ନାହିଁ।

ଟମାଟୋ

ଅତ୍ୟଧିକ ଚର୍ବିକୁ କମ୍‌ କରି ଓଜନ କମ୍‌ କରିବାରେ ସାହାଯ୍ୟ କରେ ଟମାଟୋ।

ଅଁଳା

ଓଜନ କମ୍‌ କରିବା ପାଇଁ ଅଁଳା ବେଶ୍‌ ଲାଭଦାୟକ। ଅଁଳା ଓଜନକୁ ନିୟନ୍ତ୍ରଣ ରଖିବା ସହ ମେଟାବଲିଜିମ୍‌କୁ ଠିକ୍‌ ରଖିଥାଏ।

Comment