ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଦାକୁ ନିୟମିତ ଭାବେ ସେବନ କଲେ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହୋଇଥାଏ।

ଅଦାରେ ଅନେକ ଔଷଧୀୟ ଗୁଣ ରହିଛି। ସମସ୍ତେ ଅଦାକୁ ମସଲା ଭାବେ ବ୍ୟବହାର କରନ୍ତି। କିନ୍ତୁ ଅଦା ଶରୀରକୁ ସୁସ୍ଥ ରଖିବାରେ ମଧ୍ୟ ସହାୟକ ହୋଇଥାଏ। ଅଦାରେ ଭରପୂର ମାତ୍ରାରେ ପ୍ରୋଟିନ, ଆଇରନ, କ୍ୟାଲସି୍ୟମ ଭଳି ପୋଷକ ତତ୍ତ୍ୱ ରହିଥାଏ, ଯାହା ଥଣ୍ଡା, କାଶ, ମୁଣ୍ଡବ୍ୟଥା ଭଳି ବିଭିନ୍ନ ସମସ୍ୟାରୁ ମୁକ୍ତି ଦେଇଥାଏ। ଜାଣନ୍ତୁ ଅଦାର ଉପକାରିତା ବିଷୟରେ…

  • ଅଦା ନିୟମିତ ସେବନ କରିବା ଦ୍ୱାରା ଥଣ୍ଡା, କାଶ ଓ ମୁଣ୍ଡବ୍ୟଥା ଭଳି ସମସ୍ୟା ଦୂରହୋଇଥାଏ। ଅଦା ଚା’ ମଧ୍ୟ ଶରୀର ପାଇଁ ବେଶ୍ ଉପଯୋଗୀ।
  • ଯଦି ଆପଣଙ୍କୁ ଭୋକ ଲାଗୁନଥାଏ, ତେବେ ନିୟମିତ ଅଦା ସେବନ କରନ୍ତୁ। ଏହାଛଡ଼ା ଏକ ଛୋଟ ଅଦା ଖଣ୍ଡରେ ଅଳ୍ପ କିଛି ଲୁଣ ମିଶାଇ ପ୍ରତ୍ୟେକ ଦିନ ଖାଇବା ଦ୍ୱାରା ଭୋକଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।
  • ଯଦି ଆପଣ ମଧୁମେହ ରୋଗରେ ପୀଡ଼ିତ ତେବେ ନିୟମିତ ଅଦା ସେବନ କରନ୍ତୁ। ଏଥିସହ ନିୟମିତ ଅଦା ଖାଇବା ଦ୍ୱାରା କିଡନୀଜନିତ ରୋଗ ହେବାର ସମ୍ଭାବନା ମଧ୍ୟ କମ୍‌ ଥାଏ।
  • ତ୍ୱଚାର ସୁନ୍ଦରତା ବଢ଼ାଇବାରେ ମଧ୍ୟ ଅଦା ସାହାଯ୍ୟ କରିଥାଏ। ପ୍ରତିଦିନ ଖାଲିପେଟରେ ଅଳ୍ପ ଅଦା ଖାଇବା ଫଳରେ ତ୍ୱଚାର ସୁନ୍ଦରତା ସହ ଚମକ ମଧ୍ୟ ବୃଦ୍ଧି ପାଇଥାଏ।

Comment