ଓଡ଼ିଶାଲାଇଭ୍ ବ୍ୟୁରୋ

ଭିଟାମିନ୍-ଏ’ରେ ପରିପୂର୍ଣ୍ଣ ଗାଜର ବିଭିନ୍ନପ୍ରକାର ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ରୋଗବ୍ୟାଧିର ରାମବାଣ। ଏହା ପ୍ରଦୂଷଣ ସହିତ ଜଡ଼ିତ ସମସ୍ତ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଦୂର କରେ। କେବଳ ସେତିକି ନୁହେଁ ଦାନ୍ତମାଢ଼ି, କେଶ ଏବଂ ତ୍ୱଚା ପାଇଁ ବି ଖୁବ୍ ଲାଭଦାୟକ ହେଲା ଗାଜର।

ଗାଜରରେ ଥିବା ଭିଟାମିନ୍-ଏ, ସି ଓ ବି-୬ ବ୍ରେଷ୍ଟ୍ କ୍ୟାନ୍ସର୍, ଲଙ୍ଗ୍ କ୍ୟାନ୍ସର୍ ଆଶଙ୍କାକୁ ମଧ୍ୟ କମ୍ କରିଥାଏ।

ଫାଇବର୍‌ ଓ ପୋଟାସିୟମ୍ ଅତ୍ୟଧିକ ଚିନ୍ତାରୁ ମୁକ୍ତି ଦିଏ। ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ। ହାର୍ଟ ସମ୍ବନ୍ଧୀୟ ସମସ୍ତ ସମସ୍ୟାର ସମାଧାନ କରିଥାଏ ଗାଜର।

ଗର୍ଭାବସ୍ଥା ସମୟରେ ହେଉଥିବା ସଂକ୍ରମଣ ତଥା ଗର୍ଭପାତକୁ ରୋକିବାରେ ଗାଜର ସହାୟକ ହୋଇଥାଏ। ପ୍ରସବ ପରେ ନିୟମିତ ଗାଜର ଖାଇଲେ ମା’କ୍ଷୀର ଭଲ ହୁଏ।

ଦାନ୍ତ ମାଢ଼ିକୁ ମଜବୁତ୍‌ କରିବା ପାଇଁ ପ୍ରତିଦିନ ଗାଜର ଖାଇବା ଭଲ। ଏହାର ଭିଟାମିନ୍‌-ସି ତତ୍ୱ ପାଟିରୁ ଆସୁଥିବା ଦୁର୍ଗନ୍ଧ ଦୂର କରେ।

ପ୍ରୋଟିନ୍‌ର ଅଭାବକୁ ଦୂର କରିଥାଏ ଗାଜର।

ପ୍ରତିଦିନ ଗୋଟେ ଗୋଟେ ଗାଜର ଖାଇଲେ ଶରୀରରୁ କ୍ୟାଲୋରି ବର୍ଣ୍ଣ ହୋଇ ମୋଟାପଣ କମ୍‌ ହୋଇଥାଏ।

ଗାଜରର ଥିବା କ୍ୟାଲ୍‌ସିୟମ୍‌ ଅସ୍ଥିକୁ ମଜବୁତ୍‌ କରିବା ସହ ଅତ୍ୟଧିକ କୋଲେଷ୍ଟ୍ରଲ୍‌କୁ କମ୍‌ କରିଥାଏ।

ଗାଜର ରକ୍ତକୁ ସଫା କରିବା ସହ ମୁହଁରେ ଚମକ ବଢ଼ିଥାଏ।

Comment