ଓଡ଼ିଶାଲାଇଭ୍‌ ବ୍ୟୁରୋ

fast food

ଗରମ ଦିନରେ ଖାଦ୍ୟ ପାନୀୟକୁ ନେଇ ସାବଧାନ ରହିବା ଜରୁରୀ। ଅଧିକ ତାପମାତ୍ରା ଥିବାରୁ ଏହି ସମୟରେ ଖାଦ୍ୟ ମଧ୍ୟ ଶୀଘ୍ର ଖରାପ ହୋଇଯାଇଥାଏ। ସେଥିରୁ ବିଭିନ୍ନ ସମସ୍ୟା ହୋଇପାରେ।

ଗରମ ଦିନରେ ଛଣାଛଣି, ତେଲମସଲା ଜାତୀୟ ଖାଦ୍ୟକୁ ଏଡ଼ାଇ ଯାଆନ୍ତୁ। ଏହାଛଡ଼ା ଫ୍ରିଜରେ ୨-୩ ଦିନ ଧରି ରଖାଯାଇଥିବା ଖାଦ୍ୟ ଖାଆନ୍ତୁ ନାହିଁ।

ଡାକ୍ତରଙ୍କ କହିବା ଅନୁସାରେ ଗରମଦିନରେ ୪-୫ ଘଣ୍ଟା ପୂର୍ବରୁ ତିଆରି ହୋଇଥିବା ଖାଦ୍ୟକୁ ଖାଇବା ଅନୁଚିତ୍। ଏହାଦ୍ୱାରା ଫୁଡ୍ ପଏଜନିଂ ହେବାର ଆଶଙ୍କା ରହିଥାଏ। କାରଣ ଏହି ସମୟରେ ବାୟୁମଣ୍ଡଳରେ ତାପମାତ୍ରା ଅଧିକ ଥିବାରୁ ବ୍ୟାକ୍ଟେରିଆ ଶୀଘ୍ର ଉତ୍ପନ୍ନ ହୋଇଥାନ୍ତି। ୫ରୁ ୬୦ ଡିଗ୍ରୀ ସେଲସିୟସ୍ ମଧ୍ୟରେ ଏହି ବ୍ୟାକ୍ଟେରିଆ ଶୀଘ୍ର ବୃଦ୍ଧି ହୋଇଥାନ୍ତି। ଏପରିକି ଘଣ୍ଟାକୁ ଏହା ୨-୩ ଗୁଣା ବୃଦ୍ଧି ହୋଇଯାଇଥାନ୍ତି, ଯାହାଦ୍ୱାରାକି ଖାଦ୍ୟ ବିଷାକ୍ତ ହୋଇଥାଏ। ଏଭଳି ଖାଦ୍ୟକଖାଇଲେ ଝାଡ଼ା, ବାନ୍ତି ହୋଇଥାଏ ।

ଏହାଛଡ଼ା ସାଲାଡ୍ ଓ ଫଳକୁ ଖାଇବା ସମୟରେ ହିଁ କାଟିବା ଆବଶ୍ୟକ। ନହେଲେ ସ୍ୱାସ୍ଥ୍ୟ ସମସ୍ୟା ହେବ।

milk in fridge

କିଛି ଲୋକ କ୍ଷୀରକୁ ଫ୍ରିଜରେ ରଖି ୨-୩ ଧରି ବ୍ୟବହାର କରନ୍ତି। ଏପରି କରିବା ଅନୁଚିତ୍। ଯଦି ଆପଣ ତାଜା କ୍ଷୀର ଆଣୁଛନ୍ତି ତା’ ହେଲେ ଥରେ ଗରମ କରିବା ପରେ ତାକୁ ସେହିଦିନ ଶେଷ କରି ଦିଅନ୍ତୁ । ପ୍ୟାକେଟ୍ କ୍ଷୀର ଆଣୁଥିଲେ ଏକ୍ସପାୟରୀ ଡେଟ୍ ପୂର୍ବରୁ ତାକୁ ବ୍ୟବହାର କରନ୍ତୁ।

ଖରାଦିନରେ ବାହାରୁ ଜିନିଷ କିଣି ଖାଆନ୍ତୁ ନାହିଁ। ଫାଷ୍ଟ ଫୁଡ୍‌, ଜଙ୍କ୍‌ ଫୁଡ୍‌ଠାରୁ ଦୂରେଇ ରହନ୍ତୁ।

ଖାଦ୍ୟକୁ ବାରମ୍ବାର ଗରମ କରି ଖାଇବେ ନାହିଁ, ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ।

ଖରାଦିନେ ସାଧାରଣତଃ ପେଟ ଗରମ ହୋଇ ବାନ୍ତି, ଝାଡ଼ା ଓ ପରିସ୍ରା ପୋଡ଼ା ଭଳି ସମସ୍ୟା ସୃଷ୍ଟି ହୁଏ। ତେଣୁ ଖରାଦିନେ ପଖାଳ, ବିନା ତେଲ ମସଲା ଖାଦ୍ୟ, ପ୍ରଚୁର ପରିମାଣର ସାଲାଡ, ଖରାଦିନିଆ ଫଳ ଓ ପ୍ରଚୁର ପାଣି ପିଅନ୍ତୁ। ଏହା ଆପଣଙ୍କ ପେଟକୁ ଥଣ୍ଡା ରଖିବା ସହ ସତେଜ ରଖିବ।

Comment