ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରତି ଘରେ ବାଇଗଣ ମସଲା କରାଯାଇଥାଏ। କିନ୍ତୁ ପ୍ରାୟ ଲୋକ ଜାଣି ନଥିବେ, ଏହାକୁ କପରି ଅଧିକ ସ୍ୱାଦିଷ୍ଟ କରିହେବ। ତେବେ ଜାଣନ୍ତୁ, କେମିତି ପ୍ରସ୍ତୁତ କରିବେ ବାଇଗଣ ମସଲା।

ଆବଶ୍ୟକୀୟ ସାମଗ୍ରୀ

  • ୪ଟି ବାଇଗଣ
  • ୧ ଚାମଚ ଜୀରା
  • ୮ ପାଖୁଡ଼ା ରସୁଣ
  • ୨ଟି କଞ୍ଚା ଲଙ୍କା
  • ୨ଇଞ୍ଚ ଅଦା
  • ଗୋଟେ ପିଆଜ
  • ଚିନା ବାଦାମ – ୫୦ ଗ୍ରାମ୍‌
  • ୧/୨ ଚାମଚ ହଳଦୀ ଗୁଣ୍ଡ
  • ୧/୨ ଚାମଚ ଲଙ୍କା ଗୁଣ୍ଡ
  • ୧/୩ ଚାମଚ ଧନିଆ ଗୁଣ୍ଡ
  • ଗରମ ମସାଲା ଅଳ୍ପ
  • ଲୁଣ ସ୍ୱାଦ ଅନୁସାରେ
  • ରୋଷେଇ ତେଲ ୪ ଚାମଚ

ପ୍ରସ୍ତୁତି

ପର୍ଯ୍ୟାୟ-୧

ପ୍ରଥମେ ଗ୍ୟାସ୍‌ ଲଗାଇ ପ୍ୟାନ୍‌ ବସାନ୍ତୁ। ସେଥିରେ ଚିନା ବାଦାମ ପକାଇ ହଲକା ଗରମ କରନ୍ତୁ। ଟିକେ ବାସ୍ନା ଆସିଲେ ତାକୁ ଓହ୍ଲାଇ ଥଣ୍ଡା କରି ଶୁଖିଲା ଗ୍ରାଇଣ୍ଡିଂ କରନ୍ତୁ। ଥରେ ଗ୍ରାଇଣ୍ଡ୍‌ କରିବେ। ଗ୍ରାଇଣ୍ଡି ସରିବା ପରେ ଗୋଟେ ପାତ୍ରରେ ବାଦାମ କାଢ଼ି ଟିକେ ବାଦାମ ଗ୍ରାଇଣ୍ଡରରେ ରଖନ୍ତୁ। ଉକ୍ତ ଗ୍ରାଇଣ୍ଡରରେ ପିଆଜ, ଲଙ୍କା, ରସୁଣ ଓ ଅଦା ଏବଂ ଚାମଚେ ପାଣି ଦେଇ ଗ୍ରାଇଣ୍ଡିଂ କରନ୍ତୁ।

ପର୍ଯ୍ୟାୟ-୨

ଏବେ ବାଇଗଣକୁ ଉପରୁ ଅଧା ଚାରିପଟୁ କାଟନ୍ତୁ। ଆଉ ଗୋଟେ ପାତ୍ର ଗ୍ୟାସ୍‌ ଉପରେ ରଖନ୍ତୁ। ସେଥିରେ ୨ ଚାମଚ ତେଲ ପକାଇ ଗୋଟା ବାଇଗଣକୁ ଭାଜନ୍ତୁ। ବାଇଗଣ ବାଦାମୀ ରଙ୍ଗର ହୋଇଗଲେ କାଢ଼ି ଦିଅନ୍ତୁ।

ସହି ଗ୍ୟାସ୍‌ ଉପରେ ଥିବା ପାତ୍ରରେ ଆଉ ଦୁଇ ଚାମଚ ତେଲ ପକାଇ ଗରମ କରନ୍ତୁ। ସେଥିରେ ଜୀରା ପକାନ୍ତୁ, ଜୀରା ଫୁଟିଗଲା ପରେ ଗ୍ୟାସର ଜାଳ କମାଇ ସମସ୍ତ ମସଲା ଯଥା ହଳଦୀ, ଲଙ୍କାଗୁଣ୍ଡ, ଜୀରା ପାଉଡର, ଧନିଆ ପାଉଡର ଏବଂ ବଟା ମସଲା ପକାନ୍ତୁ। ମସଲା ଭଲସେ କସନ୍ତୁ। କସି ଗଲା ପରେ ପୂର୍ବରୁ କରିଥିବା ବାଦାମ ଗୁଣ୍ଡ ପକାନ୍ତୁ। ଗୋଟେ ମିନିଟ୍‌ ରୋଷେଇ କରିବା ପରେ ସେଥିରେ ଗୋଟେ ଗ୍ଲାସ୍‌ ପାଣି ଢାଳନ୍ତୁ। ସ୍ଵାଦ ଅନୁସାରେ ଲୁଣ ପକାନ୍ତୁ।

ତରକାରୀ ଫୁଟିଗଲା ପରେ ବାଇଗଣ ପକାଇ ଘୋଡ଼ାଇ ଦିଅନ୍ତୁ। ୧୫ରୁ ୨୦ ମିନିଟ୍‌ ପରେ ଗ୍ୟାସ୍‌ର ଜାଳ କମ୍‌ କରିଦିଅନ୍ତୁ। ମଝିରେ ମଝିରେ ଲେଉଟାନ୍ତୁ। ବାଇଗଣ ଠିକ୍‌ ଭାବେ ସିଝିଗଲା ପରେ ଗରମ ମସଲା ପକାଇ ୨ ମିନିଟ୍‌ ଫୁଟିବାକୁ ଦିଅନ୍ତୁ। ଶେଷରେ ଗ୍ୟାସ୍‌ ବନ୍ଦ କରନ୍ତୁ। ଏହାକୁ ଆପଣ ଉଭୟ ଭାତ ଏବଂ ରୁଟି ସମୟ ଖାଇ ପାରିବେ।

Comment