ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପ୍ରତିବର୍ଷ ମେ’ ମାସ ୨୮ ତାରିଖରେ ପିରିୟଡସ୍ ବା ତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ କରାଯାଏ। ପରିୟଡସ୍ ସମୟରେ ମହିଳାମାନେ କିଭଳି ସ୍ୱଚ୍ଛତା ଉପରେ ଧ୍ୟାନ ଦେବେ ସେନେଇ ସଚେତନ କରିବାକୁ ପିରିୟଡସ୍ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ପିରିୟଡସ୍ ଦିବସର ଥିମ ରହିଛି ‘ଟୁଗେଦର ଫର ଏ ପିରିୟଡ ଫ୍ରେଣ୍ଡଲି ୱାର୍ଲ୍ଡ’।

ପିରିୟଡସ ବା ଋତୁସ୍ରାବ ବେଳେ ସଫାସୁତରା ରହିବା ନିହାତି ଦରକାର। ନଚେତ ଏହା ବିଭିନ୍ନ ରୋଗ ଓ ସଂକ୍ରମଣକୁ ଡାକିଆଣେ। ଏନେଇ ପ୍ରତ୍ୟେକ ମହିଳାଙ୍କୁ ସଚେତନ ହେବାର ଆବଶ୍ୟକତା ରହିଛି।

ପିରିୟଡସ ସମୟରେ ସଫାସୁତରା ନ ରହିଲେ ବିଭିନ୍ନ ରୋଗ ହେବାର ସମ୍ଭାବନା ରହିଛି। ଏହା ମହିଳାଙ୍କ ଶରୀର ପାଇଁ ବେଶ କ୍ଷତିକାରୀ ହୋଇଥାଏ।

ତେବେ ପିରିୟଡସ ବେଳେ କେମିତି ସ୍ୱଚ୍ଛତା ଓ ପରିଚ୍ଛନ୍ନତା ବଜାୟ ରଖିବେ, ଏନେଇ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତର ଲିପିକା ମହାରଣା କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟପ୍ଲସ ଓଡ଼ିଆର ଭିଡିଓରେ।

Tags: #MHDay2024 #MenstrualHygiene #PeriodFriendlyWorld #EndPeriodStigma #HealthCare #WHO #India

LEAVE A REPLY

Please enter your comment!
Please enter your name here