ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଥାନା ଅଞ୍ଚଳରେ ଥିବା ବେଆଇନ ଗଞ୍ଜେଇ ଚାଷ ଉପରେ ଚଢ଼ାଉ ହୋଇଛି। ଅବକାରୀ ବିଭାଗ ଓ ପୁଲିସ ମିଳିତ ଭାବେ ଚଢ଼ାଉ କରି ଚନ୍ଦ୍ରପୁର ବ୍ଲକର କୁଟିଙ୍ଗଗୁଡ଼ା ଓ ଡ଼ାବେରୀ ଗ୍ରାମରେ ଚାଷ କରାଯାଇଥିବା ପ୍ରାୟ ୨୬ଏକର ଜମିରେ ଥିବା ଗଞ୍ଜେଇ ଗଛକୁ କାଟି ନଷ୍ଟ କରିଛନ୍ତି। ଏହାର ଆନୁମାନିକ ମୂଲ୍ୟ ୫ କୋଟିରୁ ଅଧିକ ହେବ ବୋଲି ମୁନିଗୁଡ଼ା ଏସ୍‍ଡ଼ିପିଓ ସୂଚନା ଦେଇଛନ୍ତି।

ଜିଲ୍ଲା ଏସ୍‍ପି ଡ଼ଃ. ଶ୍ରବଣା ବିବେକ ଏମଙ୍କ ନିର୍ଦ୍ଦେଶକ୍ରମେ ମୁନିଗୁଡ଼ା ଏସ୍‍ଡ଼ିପିଓ ଚନ୍ଦ୍ରଶେଖର ହୋତା ଓ ଅବକାରୀ ନିରୀକ୍ଷକ ଦଣ୍ଡପାଣି ବେହେରାଙ୍କ ସମେତ ଶତାଧିକ ପୁଲିସ ଓ ଅବକାରୀ ବିଭାଗ କର୍ମଚାରୀ ଏହି ଅଭିଯାନରେ ନିୟୋଜିତ ଥିଲେ।

Comment