ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୁଆ ଆଡ୍ଡାରେ ବୁଧବାର ରାତିରେ ଚଢାଉ କରିଛି ଜୟପୁର ପୋଲିସ। ପାଟ୍ରୋଲିଂ କରୁଥିବା ବେଳେ ଜୁଆ ଆଡ୍ଡା ଉପରେ ଅତର୍କିତ ଭାବେ ଚଢ଼ାଉ କରି ୨ ଲକ୍ଷ ୪୫ ହଜାର ଟଙ୍କା ଜବତ କରିଛି ପୋଲିସ। ଏଥିସହ ୭ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି।

ଜୟପୁର ବ୍ଲକ ଘିଉରୀ ପଞ୍ଚାୟତ ଡାମାପୁଟ ନିକଟରେ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ନଗତ ଟଙ୍କା ସମେତ ୯ ଟି ମୋବାଇଲ ଫୋନ, CG04LZ4447 ଏବଂ OD10C1144 ନମ୍ୱର ବିଶିଷ୍ଟ ଦୁଇଟି କାର୍‌, OD100700 ନମ୍ବର ବିଶିଷ୍ଟ ଗୋଟିଏ ବାଇକ୍‌ ମଧ୍ୟ ଜବତ ହୋଇଛି।

ଗିରଫ ହୋଇଥିବା ୭ ଜଣଙ୍କ ମଧ୍ୟରୁ ୬ ଜଣ ଜୟପୁର ଅଞ୍ଚଳର ହୋଇଥିବା ବେଳେ ଜଣେ ଜଗଦଲପୁରର।

ଏହି ଜୁଆଡ଼ିମାନେ ହେଲେ ରାମେଶ୍ୱର ଆଚାରୀ, ପଟାନା ସୁରେଶ, ଶିବପ୍ରସାଦ ସାମନ୍ତରାୟ , ଜଗନ୍ନାଥ ଖେମୁଣ୍ଡ, ବସନ୍ତ କୁମାର ପାଢ଼ୀ, ରଘୁନାଥ ଦାସ, ରାଜକୁମାର ଜୈନ।

Comment