ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୋଟିଏ ପରିବାରର ୫ଜଣଙ୍କ ଉପରେ ଭୁଶୁଡ଼ି ପଡ଼ିଲା ଏକ ପରିତ୍ୟକ୍ତ କୋଠା। ଏଥିରେ ୨ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ ଜଣ ଫସି ରହିଥିବା ଜଣାପଡ଼ିଛି। ଫସି ରହିଥବା ୩ ଜଣ ମା’, ପୁଅ ଓ ଆଈ ବୋଲି ଜଣାପଡ଼ିଛି। ଏଭଳି ଅଘଟଣ ଘଟିଛି କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ ବାରିଣୀପୁଟରେ।

ଗୋଟେ ପରିବାର ୫ ଜଣ ସେହି ପରତ୍ୟକ୍ତ କୋଠା ଦେଇ ଆସୁଥିବା ବେଳେ ହଠାତ କୋଠା ଭୁଶୁଡ଼ି ପଡିଥିଲା। ଫଳରେ ୫ ଜଣ କୋଠା ତଳେ ଫସି ଯାଇଥିଲେ। ଏଥିରେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୩ ଜଣ ଫସି ରହିଛନ୍ତି। ଫସିଥିବା ୩ ଜଣ ହେଲେ ସ୍ଥାନୀୟ କଲୋନୀର ଦୈତାରି ଖରାଙ୍କ ଶାଶୁ ସୂର୍ଯ୍ୟମାନି ବାଘ, ସ୍ତ୍ରୀ ରଶ୍ମି ଓ ପୁଅ ରାସେଲ।

ଖବର ପାଇ ଓଡ୍ରାଫ ଟିମ ଓ ପୋଲିସ ସ୍ଥାନୀୟ ଲୋକଙ୍କ ସହହାୟତରେ ଉଦ୍ଧାର କାମ ଆରମ୍ଭ କରିଛନ୍ତି। ତେବେ ୩ ଜଣଙ୍କୁ ଉଦ୍ଧାର କରିବାକୁ ଓଡ୍ରାଫ ଟିମ୍‌ ପ୍ରୟାସ ଜାରି ରଖିଛି।

Comment