ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଛି ଦିନରେ ନିରବତା ପରେ ପୁଣି ବୋମାରେ ଗର୍ଜିଛି କଟକ। ବାଇକରେ ଆସି ଓଡ଼ିଆ ବଜାରସ୍ଥିତ ଜଣଙ୍କ ଘରକୁ ବୋମା ମାଡ଼ କରିଛନ୍ତି ଦୁର୍ବୃତ୍ତ। ତେବେ ପାରିବାରିକ କଳହରୁ ଏହି ବୋମା ମାଡ଼ ହୋଇଥିବା ଜଣାପଡ଼ିଛି।

ଗୋଟିଏ ପରିବାରରେ ଦୁଇ ଭାଇଙ୍କ ମଧ୍ୟରେ ଜମି ବିବାଦରୁ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳରେ ଦରଘା ବଜାର ପୋଲିସ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି।

Comment