ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁରରେ ଗାଡ଼ି ହେଲେ ପୁରୀ ବାଇପାସ୍‌ରେ ଟ୍ରାଫିକ ନିୟମ ଉଲ୍ଲଘଂନ କରିବା ଅଭିଯୋଗରେ ଜରିମାନା କଲା ପରିବହନ ବିଭାଗ।

ଆଉ କିଛି ଦିନ ଗଲେ କଡ଼ାକଡ଼ି ହେବ ଟ୍ରାଫିକ ନିୟମ। ହେଲେ ଏହା ମଧ୍ୟରେ ଦେଖିବାକୁ ମିଳିଛି ଏକ ଅଜବ ନିୟମ। କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳର ଏକ ଯୁବକଙ୍କ ଫୋନକୁ ପୁରୀ-ଭୁବନେଶ୍ଵର ବାଇପାସ୍‌ରେ ହାଇ ସ୍ପିଡ୍‌ରେ ଗାଡ଼ି ଚଲାଇବା ଓ ଲାଇସେନ୍ସ ନଥିବା ଅଭିଯୋଗରେ ୨ହଜାର ଟଙ୍କା ଫାଇନ ଆଦାୟ କରାଯିବ ବୋଲି ଏକ ମେସେଜ ଆସିଛି।

ଜୟପୁରସ୍ଥିତ ସ୍ଥାନୀୟ ପାଓ୍ଵାର ହାଉସ କଲୋନୀର ତାପସ ନନ୍ଦ ତାଙ୍କ ଗାଡି ଧରି ଜୟପୁରରେ ବୁଲୁଥିବା ସମୟରେ ହଠାତ ତାଙ୍କ ମୋବାଇଲକୁ ଏକ ମେସଜ ଆସିଥିଲା। ମେସେଜରେ ଲେଖା ଥିଲା ପୁରୀ-ଭୁବନେଶ୍ଵର ବାଇପାସରେ ଅଧିକ ସ୍ପିଡରେ ଗାଡି ଚଲାଇବା ସହ ଡ୍ରାଇଭି˚ ଲାଇସେନ୍ସ ନଥିବା ଯୋଗୁଁ ୨ହଜାର ଟଙ୍କା ଫାଇନ ନିଆଯାଇଛି। ଏହି ମେସେଜଟି ପଢିବା ପରେ ନନ୍ଦ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ମେସେଜ ଦେଖିବା ପରେ କିଛି ବୁଝି ନପାରି ନିଜ ସ˚ପର୍କିୟଙ୍କ ସହ କଥା ହୋଇଥିଲେ। ପରେ ଏନେଇ ଭୁବନେଶ୍ଵର ଆରଟିଓ, ପୁରୀ ଆରଟିଓଙ୍କ ସହ କଥା ହେବା ପରେ ସେ ଟାଉନଥାନାରେ ଅଭିଯୋଗ କରିଛନ୍ତି। ଗତ ୧୯ ତାରିଖରେ ତାପସ ତାଙ୍କ ଦୋକାନରେ ଥିଲେ ହେଲେ କେମିତି ପୁରୀ ବାଇପାସ୍‌ରେ ଗାଡ଼ି ଜୋରରେ ଚଲାଇବା ଅଭିଯୋଗରେ ତାଙ୍କୁ ଫାଇନ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

Comment