ଓଡ଼ିଶାଲାଇଭ୍‌ ବ୍ୟୁରୋ

ପିଙ୍କ ବଲରେ ଆହତ ହେଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ ଲିଟନ ଦାସ। କୋଲକତାର ଇଡେନ-ଗାର୍ଡେନରେ ଖେଳା ଯାଉଥିବା ଡେ-ନାଇଟ ଟେଷ୍ଟ ମ୍ୟାଚରେ ସାମିଙ୍କ ବଲ୍‌ ଲିଟନଙ୍କ ମୁଣ୍ଡରେ ବାଜିଥିଲା। ଫଳରେ ତାଙ୍କୁ ପଡ଼ିଆ ଛାଡ଼ି ହସ୍ପିଟାଲ ଯିବାକୁ ପଡ଼ିଛି।

ଡେ-ନାଇଟ ଟେଷ୍ଟ ମ୍ୟାଚର ପ୍ରଥମ ଇଂନିସରେ ଲିଟନ ଦାସ ବ୍ୟାଟିଂ କରୁଥିବା ବେଳେ ସାମିଙ୍କ ଏକ ବଲ୍‌ ସିଧା ତାଙ୍କ ହେଲମେଟ୍‌ରେ ବାଜିଥିଲା। କିଛି ସମୟ ପରେ ଫିଜିଓ ଆସି ତାଙ୍କୁ ପଡ଼ିଆ ବାହାରକୁ ନେଇଯାଇଥିଲେ। ତାଙ୍କ ସ୍ଥାନରେ ମେହେଦି ହାସନ ସିରାଜ ଖେଳିବାକୁ ଆସିଥିଲେ।

ଲିଟନ ରିଟାର୍ଡ ହଟ୍‌ ହେବା ସମୟରେ ୨୪ ରନ୍‌ କରିଥିଲେ। ପରେ ତାଙ୍କ ସ୍ଥାନରେ ଆସିଥିବା ମେହେଦି ହାସନ ୮ ରନ୍‌ କରିଥିଲେ। ଲିଟନ୍‌ ଅସୁସ୍ଥ ଅନୁଭବ କରିବାରୁ ତାଙ୍କ ମୁଣ୍ଡ ସିଟି ସ୍କାନ କରିବାକୁ ତାଙ୍କୁ ହସ୍ପିଟାଲ ନିଆଯାଇଛି।

ଭାରତ-ବାଂଲାଦେଶ ମଧ୍ୟରେ ହେଉଥିବା ଏହି ଡେ-ନାଇଟ ମ୍ୟାଚରେ ଭାରତୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ଭାରତ ପକ୍ଷରୁ ପେସ୍‌ ବୋଲମାନେ ସଫଳ ସାବ୍ୟସ୍ତ ହୋଇଥିଲେ। ଇଶାନ୍ତ ଶର୍ମା ସର୍ବାଧିକ ୫ଟି ଓ୍ଵିକେଟ ନେଇଛନ୍ତି।

Comment