ଓଡ଼ିଶାଲାଇଭ୍ ବ୍ୟୁରୋ

କଳିଙ୍ଗ ଷ୍ଟାଡିୟମରେ ହକି ପ୍ରୋ-ଲିଗ୍ ମ୍ୟାଚ୍ ପାଇଁ ଗୁରୁବାରଠାରୁ ଅନଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି।

କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ହକି ପ୍ରୋ- ଲିଗ୍ ପାଇଁ ଅନଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ଗୁରୁବାର ହକି ଇଣ୍ଡିଆର ସଭାପତି ମହମ୍ମଦ ମୁସ୍ତାକ ଅହମ୍ମଦ ଅନଲାଇନ୍ ଟିକେଟ୍ ବିକ୍ରିର ଶୁଭାରମ୍ଭ କରିଛନ୍ତି।

ଆସନ୍ତା ଜାନୁଆରୀ ମାସରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହକି ପ୍ରୋ-ଲିଗର ୮ଟି ମ୍ୟାଚ୍ ଖେଳାଯିବ। ମ୍ୟାଚ୍ ଦେଖିବାକ ଇଚ୍ଛା ରଖିଥିବା ଲୋକମାନେ ଏଫ୍ଆଇଏଚ୍ ହକି ପ୍ରୋ-ଲିଗ ୨୦୨୦ର ୱେବସାଇଟକୁ ଯାଇ ଅନଲାଇନ୍ ଟିକେଟ୍ କିଣିପାରିବେ।

କଳିଙ୍ଗ ଷ୍ଟାଡିୟମର ପ୍ରତ୍ୟେକ ମ୍ୟାଚ୍ ପାଇଁ ଟିକେଟ୍ ଦର ଧାର୍ଯ୍ୟ କରାଯାଇଛି। ଷ୍ଟାଡିୟମର ଦକ୍ଷିଣ ଓ ଉତ୍ତର ଷ୍ଟାଣ୍ଡର ଟିକେଟ୍ ମୂଲ୍ୟ ୨୦୦ ଟଙ୍କା ରଖାଯାଇଛି। ସେହିପରି ପୂର୍ବ ଷ୍ଟାଣ୍ଡର ୩୦୦ ଟଙ୍କା ଓ ପଶ୍ଚିମ ଷ୍ଟାଣ୍ଡର ଟିକଟ ମୂଲ୍ୟ ୫୦୦ଟଙ୍କା ରଖାଯାଇଛି।

ଭାରତୀୟ ହକି ଦଳ ଜାନୁଆରୀ ୧୮ ତାରିଖରୁ ନେଦରଲ୍ୟାଣ୍ଡ ବିରୋଧରେ ନିଜର ଅଭିଯାନ ଆରମ୍ଭ କରିବ। ନେଦରଲ୍ୟାଣ୍ଡ ସହ ଭାରତୀୟ ହକି ଦଳ କଳିଙ୍ଗ ଷ୍ଟାଡିୟମରେ ବେଲଜିୟମ୍, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଦଳକୁ ଭେଟିବ।

କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ହକି ଦଳର ମ୍ୟାଚ୍:

ଜାନୁଆରୀ ୧୮ ଓ ୧୯ ତାରିଖ : ଭାରତ ବନାମ ନେଦରଲ୍ୟାଣ୍ଡ

ଫେବ୍ରୃଆରି ୮ ଓ ୯ ତାରିଖ : ଭାରତ ବନାମ ବେଲଜିୟମ୍

ଫେବ୍ରୁଆରି ୨୧ ଓ ୨୨ ତାରିଖ: ଭାରତ ବନାମ ଅଷ୍ଟ୍ରେଲିଆ

ମେ ୨୩ ଓ ୨୪ ତାରିଖ: ଭାରତ ବନାମ ନ୍ୟୁଜିଲାଣ୍ଡ

Comment