ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମହାରାଷ୍ଟ୍ରରେ ଗଠନ ହେବ ମିଳିତ ସରକାର। ଗତ ଦୁଇ ଦିନ ହେଲା ଏମିତି ଚର୍ଚ୍ଚା ଚାଲିଛି। ଶିବସେନା-ଏନ୍‌ସିପି-କଂଗ୍ରେସ ମିଳିତ ହୋଇ ସରକାର ଗଠନ କରିବେ ବୋଲି ଚିତ୍ର ସ୍ପଷ୍ଟ ହେଉଛି। ଯଦି ମିଳିତ ସରକାର ଗଠନ ହୁଏ ତାହାଲେ କେଉଁ ଦଳକୁ କେତେ ମନ୍ତ୍ରୀ ପଦ ମିଳିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ସହିତ ୧୬ଟି ବିଭାଗ ମିଳିପାରେ ବୋଲି କୁହାଯାଉଛି। ଏଥିରେ ୧୧ଟି କ୍ୟାବିନେଟ୍‌ ଏବଂ ୫ଟି ରାଷ୍ଟ୍ରମନ୍ତ୍ରୀ ପଦ ରହିବ। ସେହିପରି ଏନ୍‌ସିପିକୁ ଉପମୁଖ୍ୟମନ୍ତ୍ରୀ ପଦ ସମେତ ୧୫ ମନ୍ତ୍ରୀ ପଦ ମିଳିବ। ସେଥିମଧ୍ୟରେ ୧୧ଟି କ୍ୟାବିନେଟ୍‌ ଓ ୪ଟି ରାଷ୍ଟ୍ରମନ୍ତ୍ରୀ ରହିବ।

କଂଗ୍ରେସକୁ ୧୨ଟି ମନ୍ତ୍ରୀ ପଦ ମିଳିପାରେ ବୋଲି ଆଲୋଚନା ହେଉଛି। ୯ଟି କ୍ୟାବିନେଟ୍‌ ଏବଂ ୩ଟି ରାଷ୍ଟ୍ରମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।

ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ସରକାର ଗଠନ କରିବାକୁ ଜୋରଦାର ଲାଗି ପଡ଼ିଛନ୍ତି। ଏନ୍‌ସିପି ଏବଂ କଂଗ୍ରେସ ସମର୍ଥନରେ ଶିବସେନା ସରକାର ଗଠନ କରିବାକୁ ଅଣ୍ଟା ଭିଡ଼ିଛି। ଏନ୍‌ସିପି ଓ କଂଗ୍ରେସ ସହ ଆଲୋଚନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଖୁବ୍‌ଶୀଘ୍ର ଏ ସମ୍ପର୍କରେ ଘୋଷଣା ହେବ ବୋଲି ଶିବସେନା ପକ୍ଷରୁ କୁହାଯାଇଛି।

Comment