ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାରାଷ୍ଟ୍ର ରାଜନୀତିରେ ରାତାରାତି ନୂଆ ମୋଡ଼। ଏନସିପି ସହ ମିଶି ମହାରାଷ୍ଟ୍ରରେ ସରକାର ଗଢ଼ିଲା ବିଜେପି। ଦେବେନ୍ଦ୍ର ଫଡ଼ନାଭିସ୍ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶନିବାର ଶପଥ ନେଇଛନ୍ତି।

ଏନ୍‌ସିପିର ବରିଷ୍ଠ ନେତା ଅଜିତ ପାଓ୍ୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଉଭୟଙ୍କୁ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମହାରାଷ୍ଟ୍ରରେ ବିଜେପି ସରକାର ଗଠନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫଡନାଭିସ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ମହାରାଷ୍ଟ୍ରରେ କଂଗ୍ରେସ, ଏନସିପି ଓ ଶିବସେନାର ମହାମେଣ୍ଟରେ ସରକାର ଗଠନ ହେବ ଓ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା।

ଶୁକ୍ରବାର ଏନେଇ ତିନି ଦଳ ମଧ୍ୟରେ ବୈଠକ ହୋଇଥିଲା। ହେଲେ ଅଚାନକ ଶନିବାର ସକାଳେ ସମସ୍ତ ସମୀକରଣ ବଦଳିଗଲା। ଏନସିପି ବିଜେପିକୁ ସମର୍ଥନ କରି ରାଜ୍ୟରେ ସରକାର ଗଠନ କଲା।

Comment