ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାରାଷ୍ଟ୍ରରେ ରାତାରାତି ନୂଆ ମୋଡ଼ ଆସିବା ପରେ ନାଟକୀୟ ଢଙ୍ଗରେ ସରକାର ଗଠନ କରିଛି ବିଜେପି। ସମସ୍ତଙ୍କୁ ଚକିତ କରି ଶନିବାର ସକାଳେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦେବେନ୍ଦ୍ର ଫଡନାଭିସ। ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କ ପୁତୁରା ଅଜିତ ପାଓ୍ୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଫଡନାଭିସ କହିଛନ୍ତି, ‘‘ ମହାରାଷ୍ଟ୍ର ଭଳି ରାଜ୍ୟରେ ରାଷ୍ଟ୍ରପତି ଶାସନ ଶୋଭା ଦେଉନଥିଲା। ରାଜ୍ୟରେ ଏକ ସ୍ଥାୟୀ ସରକାର ଦରକାର ଥିଲା।  ରାଜ୍ୟବାସୀଙ୍କୁ ସ୍ଥାୟୀ ଓ ସ୍ୱଚ୍ଛ ସରକାର ଦେବା ପାଇଁ ଏନ୍‌ସିପି ସହିତ ମିଶି ବିଜେପି ସରକାର ଗଠନ କରିଛି’’।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଫଡନାଭିସ।

Comment