ଓଡ଼ିଶାଲାଇଭ୍‌ ବ୍ୟୁରୋ

ହରିୟାଣା ଡ୍ୟାନ୍ସର, ସିଙ୍ଗର ସପନା ଚୌଧୁରୀ ଆଜି ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି। ସେ ଯେଉଁ ଡ୍ୟାନ୍ସ କରନ୍ତି ତାହା ସୁପରହିଟ ହୋଇଯାଏ।  ‘ତେରୀ ଆଖୋଁ କା ୟୋ କାଜଲ’ ଗୀତକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। ଅଧିକାଂଶ ସମୟରେ ଦେଖିଥିବେ ପାର୍ଟି, ଫଙ୍କ୍‌ସନରେ ଏହି ଗୀତ ବାଜୁଥାଏ।

ମାତ୍ର ୧୨ ବର୍ଷ ବୟସରେ ଗୀତ ଗାଇବା ଡ୍ୟାନ୍ସ କରିବା ଆରମ୍ଭ କରିଥିଲେ ସପନା। ସେହି ସମୟରେ ସପନାଙ୍କ ପାଖରେ ପଇସା ନଥିଲା। ସେଥିପାଇଁ ସେ ସାଲଓ୍ୱାର ସୁଟ୍‌ ପିନ୍ଧି ଡ୍ୟାନ୍ସ କରୁଥିଲେ।

ତେବେ ମନରେ ପ୍ରଶ୍ନ ଉଠେ ଯେ ସପନାଙ୍କ ପାଖରେ ଏବେ ଢ଼େର ଟଙ୍କା ଥାଇ ବି କାହିଁକି ସେ ସୋ’ମାନଙ୍କରେ ସାଲଓ୍ୱାର ପିନ୍ଧି ଡ୍ୟାନ୍ସ କରୁଛନ୍ତି।

ଏକ ସାକ୍ଷାତକାରରେ ସପନା କହିଥିଲେ ସେ ଡ୍ୟାନ୍ସ କଲାବେଳେ ସାଲଓ୍ୱାର ରେ ସହଜ ଅନୁଭବ କରନ୍ତି। ଯେହେତୁ ତାଙ୍କ ସୋ’ରେ ପରିବାରଙ୍କ ସହ ଲୋକ ଆସିଥାନ୍ତି ସେଥିପାଇଁ ସେ ସାଲଓ୍ୱାର ପିନ୍ଧିବାକୁ ବେଶୀ ପସନ୍ଦ କରନ୍ତି ବୋଲି ସେ କହିଥିଲେ।

ସପନାଙ୍କ ସୋ’ରେ ଦର୍ଶକଙ୍କ ଭିଡ଼ ରହିଥାଏ। ସାରାଦେଶରେ ତାଙ୍କର ପ୍ରଂଶସକ ରହିଛନ୍ତି। ବିଗ ବସ୍‌ ସିଜିନ ୧୧ରେ ଭାଗ ନେଇଥିଲା ବେଳେ ସେହି ସୋ’ରେ ସପନାଙ୍କ ଡ୍ୟାନ୍ସ ଜଲଓ୍ୱା ଦେଖିବାକୁ ମିଳିଥିଲା।

Comment