ଓଡ଼ିଶାଲାଇଭ୍‌ ବ୍ୟୁରୋ

ହରିୟାଣା ଡ୍ୟାନ୍ସର, ସିଙ୍ଗର ସପନା ଚୌଧୁରୀ ଆଜି ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି। ସେ ଯେଉଁ ଡ୍ୟାନ୍ସ କରନ୍ତି ତାହା ସୁପରହିଟ ହୋଇଯାଏ। ଖାସ କରି ‘ତେରୀ ଆଖୋଁ କା ୟୋ କାଜଲ’ ଗୀତ। ଅଧିକାଂଶ ସମୟରେ ଦେଖିଥିବେ ପାର୍ଟି, ଫଙ୍କସନରେ ଏହି ଗୀତ ବାଜୁଥାଏ।

ଆଗ ଅପେକ୍ଷା ସପ୍‌ନାଙ୍କ ଲୁକ୍‌ରେ ଏବେ ବେଶ୍‌ ପରିବର୍ତ୍ତନ ଆସିଛି। ବିଗ୍‌ ବସ ସିଜିନ ୧୧ରେ ଜଣେ ପ୍ରତିଯୋଗୀ ଭାବେ ନଜର ଆସିଥିଲେ ସପ୍‌ନା। ସିଜିନ ୧୧କୁ ୨ ବର୍ଷ ବିତିଲାଣି। ତା’ପରେ ସପ୍‌ନା ଲୁକରେ ଆସିଥିଲା ଢେର ପରିବର୍ତ୍ତନ। ପୂରା ଦେଶୀ ଲୁକ୍‌ ଛାଡ଼ି ସପ୍‌ନା ଏବେ ଓ୍ୱେଷ୍ଟର୍ଣ୍ଣ ଗେଟ୍‌ଅପ୍‌କୁ ଆପଣେଇ ନେଇଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସପ୍‌ନା ଚୌଧୁରୀ କିଛି ଫଟୋ ଏହାର ପ୍ରମାଣ ଦିଏ।

Comment