ଓଡ଼ିଶାଲାଇଭ୍ ବ୍ୟୁରୋ

ଇଡି ଦ୍ୱାରା ଯେଉଁ ଅର୍ଥହେରଫେର ମାମଲାରେ ରବର୍ଟ ଭଦ୍ରା ଛନ୍ଦି ହୋଇଯାଇଥିଲେ ସେଥିରୁ ତାଙ୍କୁ ସାମାନ୍ୟ  ଆଶ୍ୱସ୍ତି ମିଳିଛି। ଦିଲ୍ଲୀର ଏକ କୋର୍ଟ ଶନିବାର ରବର୍ଟ ଭଦ୍ରାଙ୍କ ଗିରଫ ଉପରେ ଥିବା ଅବଧୀକୁ ମାର୍ଚ୍ଚ ୧୯ ଯାଏଁ ବଢାଇଦେଇଛନ୍ତି। ଜଷ୍ଟିସ ଅରବିନ୍ଦ କୁମାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଭିଣୋଇଙ୍କୁ କିଛିଟା ଆଶ୍ୱସ୍ତି ଦେଇଛନ୍ତି।

ଏହି ମାମଲା ଲଣ୍ଡନରେ ଭଦ୍ରା କିଣିଥିବା ଏକ ଜମିରେ ଅର୍ଥ ହେରଫେର ବାବଦରେ ଅଟେ। ଯେଉଁ ସମ୍ପତ୍ତିକୁ ନେଇ ଅର୍ଥ ହେରଫେର ହୋଇଥିବା କୁହାଯାଉଛି। ସେହି ଘରକୁ ପ୍ରଥମ ୧୯ଲକ୍ଷ ପାଉଣ୍ଡରେ କିଣାଯାଇଥିଲା।  ଯାହାର ମାଲିକାନା ଏବେ ଭଦ୍ରାଙ୍କ ପାଖରେ ଅଛି।

ଇଡି ଏହି ମାମଲାରେ ରବର୍ଟ ଭଦ୍ରାଙ୍କୁ ୭ଥର ପଚରାଉଚରା କରିସାରିଛି। ଏହା ଛଡା ରାଜସ୍ଥାନ ଓ ହରିୟାଣାରେ ହୋଇଥିବା କିଛି ଜମି ମାମଲାକୁ ନେଇ ବି ଇଡି ଭଦ୍ରାଙ୍କୁ ପଚରାଉଚରା କରୁଛି।

Comment