ଓଡ଼ିଶାଲାଇଭ୍ ବ୍ୟୁରୋ

ଫାଇନାଲ ମ୍ୟାଚ ହାରିବାପରେ ଆତ୍ମହତ୍ୟା କରିଛନ୍ତି ଯୁବ ରେସଲର୍ ରିତିକା ଫୋଗଟ। ମାର୍ଚ୍ଚ ୧୨ ରୁ ୧୪ ହରିୟାଣାର ଭରତପୁର ସ୍ଥିତ ଲୋହାଗଡ଼ ଷ୍ଟାଡିୟମରେ ରାଜ୍ୟ ସ୍ତରୀୟ କୁସ୍ତି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ରିତିକା ହାରିଯିବା ଫଳରେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ରିତିକା ଫୋଗଟ ହେଉଛନ୍ତି ରେସଲର୍ ଗୀତା ଫୋଗଟ ଓ ବବିତା ଫୋଗଟଙ୍କ ସମ୍ପର୍କୀୟ ଭଉଣୀ। ଲୋହାଗଡ଼ ଷ୍ଟାଡିୟମରେ ଖେଳାଯାଉଥିବା ରାଜ୍ୟ ସ୍ତରୀୟ ରେସଲିଂର ଫ୍ୟାଇନାଲ ମ୍ୟାଚରେ ମାତ୍ର ଗୋଟିଏ ପଏଣ୍ଟରେ ହାରି ଯାଇଥିଲେ। ଫଳରେ ସେ ହାରିବାର ଦୁଃଖ ସହିନପାରି ମାର୍ଚ୍ଚ ୧୭ ରାତିରେ ଆତ୍ମହତ୍ୟା କରିଛନ୍ତି।

ରିତିକାଙ୍କ ବୟସ ୧୭ ବର୍ଷ ଥିଲା। ସେ ରାଜ୍ୟ ପାଇଁ ପ୍ରତିନିଧିତ୍ୱ କରିଛନ୍ତି। ସେ ଦ୍ରୋଣାଚାର୍ଯ୍ୟ ପୁରସ୍ମାର ବିଜେତା ମହାବୀର ସିଂ ଫୋଗଟଙ୍କ ଅଧୀନରେ ତାଲିମ ନେଉଥିଲେ।

ରିତିକାଙ୍କ ମୃତ୍ୟୁ ଖବରକୁ ନେଇ ତାଙ୍କ ଭଉଣୀ ରେସଲର୍ ଗୀତା ଫୋଗଟ ଟୁଇଟ କରି ସୁନିଶ୍ଚିତ କରାଇଛନ୍ତି। ସେ ଲେଖିଛନ୍ତି, ଭଗବାନ ମୋ ସାନ ଭଉଣୀ ଆତ୍ମାକୁ ଶାନ୍ତି ଦିଅନ୍ତୁ। ମୋ ପରିବାର ପାଇଁ ଏହେଉଛି ଦୁଃଖର ସମୟ। ସେ ସାନଦାର ରେସଲର ଥିଲା, କିନ୍ତୁ କାହିଁକି ଏଭଳି ନିଷ୍ପତ୍ତି ନେଲେ ଜଣାନାହିଁ। ହାରିବା-ଜିତିବା ଖେଳାଳିଙ୍କ ଜୀବନର ଏକ ଅଂଶ। କେହିବି ଏଭଳି ପଦକ୍ଷେପ ନେବା ଠିକ୍ ନୁହେଁ।

Comment