ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଦେଶରେ କରୋନା ପାଇଁ ଲକ୍‌ଡାଉନ୍ ଚାଲିଥିବା ବେଳେ ଏକ ବିବାହ ଖବର ସାମ୍ନାକୁ ଆସିଛି। ଜଣେ ହରିୟାଣା ଯୁବକ ତାଙ୍କ ମେକ୍ସିକୋ ପ୍ରେମିକାଙ୍କୁ ବିବାହ କରିଛନ୍ତି। ଦୁହେଁ ହରିୟାଣାର ଏକ ଜିଲ୍ଲା କୋର୍ଟରେ ବିବାହ କରିଛନ୍ତି। ଯେଉଁଠାରେ କୌଣସି ଉତ୍ସବ ପାଳନ ହୋଇନଥିଲା ଓ ସାମାଜିକ ଦୂରତା ମଧ୍ୟ ପାଳନ କରାଯାଇଥିଲା।

ଯୁବକ ଜଣକ ହେଉଛନ୍ତି ହରିୟାଣାର ନିରଞ୍ଜନ କଶ୍ୟପ ଓ ଯୁବତୀ ଜଣକ ହେଉଛନ୍ତି ମେକ୍ସିକୋର ଡାନା ଜୋହେରୀ। ସେମାନେ ସ୍ଵତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ଏପ୍ରିଲ ୧୩ ତାରିଖରେ ବିବାହ କରିଥିଲେ।

corona

ନିରଞ୍ଜନ ଓ ଡାନା ୨୦୧୭ରେ ଲାଙ୍ଗୁଏଜ୍‌ ଲରନିଙ୍ଗ ଡେଟିଂ ଆପ୍‌ରେ ସାକ୍ଷାତ ହୋଇଥିଲେ। ଏକ ବର୍ଷ ପରେ ସେମାନେ ପ୍ରେମ ବନ୍ଧନରେ ବାନ୍ଧି ହୋଇଥିଲେ। ଏହାପରେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ବିବାହ ପାଇଁ ଡାନା ଓ ତାଙ୍କ ମା’ ଭାରତ ଆସିଥିଲେ। ହେଲେ ଲକ୍‌ଡାଉନ୍‌ ଯୋଗୁଁ ବିବାହ ହୋଇ ପାରିନଥିଲା।

ପରେ ବିବାହ ପାଇଁ ରୋହତକର ଜିଲ୍ଲା ମାଜିଷ୍ଟ୍ରେଟ ଅଫିସରେ ଆବେଦନ କରିଥିଲେ। ତାଙ୍କୁ ବିବାହ ପାଇଁ ଏପ୍ରିଲ ୧୩ ତାରିଖ ଦିଆଯାଇଥିଲା। ପରେ ଏପ୍ରିଲ ୧୩ ତାରିଖରେ ଡାନା ଓ ନିରଞ୍ଜନ ୨ ଜଣ ସାକ୍ଷୀଙ୍କ ଉପସ୍ଥିତିରେ ବିବାହ କରିଥିଲେ।

Comment