ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ସଂକ୍ରମଣକୁ ରୋକିବା ପାଇଁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରୟାସ ଜାରି ରଖିଛନ୍ତି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦେଶରେ କିଛି ସ୍ଥାନକୁ ହଟ୍‌ସ୍ପଟ୍‌ ଓ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରିଛି ପ୍ରଶାସନ। ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ହରିୟାଣା, ଜମ୍ମୁ କଶ୍ମୀର, ପଞ୍ଜାବ ଓ ଦିଲ୍ଲୀରେ ସର୍ବାଧିକ ମାମଲା ସାମ୍ନାକୁ ଆସିଛି।

କିଛି ଅଞ୍ଚଳକୁ ହଟସ୍ପଟ ଭାବେ ଘୋଷଣା କରାଯାଉଥିବା ବେଳେ ଆଉ କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଭାବେ ଘୋଷଣା କରାଯାଉଛି। ତେବେ ଆସନ୍ତୁ ଜାଣିବା ହଟ୍‌ସ୍ପଟ୍‌ ଓ କଣ୍ଟେନମେଣ୍ଟ ଅଞ୍ଚଳ ଭିତରେ କ’ଣ ରହିଛି ପାର୍ଥକ୍ୟ?

corona

ହଟ୍‌ସ୍ପଟ୍‌ ଅଞ୍ଚଳ

ଦେଶର ଯେଉଁ ଅଞ୍ଚଳରେ ଅଧିକ କରୋନା ମାମଲା ସାମ୍ନାକୁ ଆସିଛି ସେହି ସ୍ଥାନକୁ ହଟସ୍ପଟ ଅଞ୍ଚଳ ଶ୍ରେଣୀଭୁକ୍ତ କରାଯାଇଛି। ଏହାସହ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ଅଞ୍ଚଳ ପାଇଁ ନିର୍ଦ୍ଦେଶନାମା ମଧ୍ୟ ଜାରି କରିଛି। ଏହି ଅଞ୍ଚଳରେ ସମସ୍ତ ଗତିବିଧି ଉପରେ କଟକଣା ଲଗାଯାଉଛି। ପ୍ରଶାସନ ଲୋକମାନଙ୍କ ପାଖରେ ଅତ୍ୟାବଶକୀୟ ସାମଗ୍ରୀ ପହଞ୍ଚାଇବାର ବ୍ୟବସ୍ଥା କରୁଛି।

କଣ୍ଟେନମେଣ୍ଟ ଅଞ୍ଚଳ

କଣ୍ଟେନମେଣ୍ଟ ଅଞ୍ଚଳରେ ଭୂତାଣୁ ସଂକ୍ରମିତ ହୋଇନଥାଏ, ହେଲେ ଏହି ଅଞ୍ଚଳରେ ସଂକ୍ରମିତ ହେବାର ସମ୍ଭାବନା ଅଧିକ ରହିଥାଏ। କରୋନା ଲକ୍ଷଣ ଆଧାରରେ ଏହି ଅଞ୍ଚଳର ଲୋକମାନଙ୍କୁ ସ୍କ୍ରିନିଂ କରାଯାଏ। ଜରୁରୀକାଳୀନ ସେବାକୁ ଛାଡ଼ିଦେଲେ ଅନ୍ୟ ସବୁ ଗତିବିଧି ଉପରେ ଏଠାରେ କଟକଣା ଜାରି କରାଯାଇଥାଏ।

Comment