ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀର୍ଘ ୧୨ ବର୍ଷ ପରେ ସମଝୌତା ଏକ୍ସପ୍ରେସ ବିସ୍ଫୋରଣ ମାମଲାର ଶୁଣାଣି ହୋଇଛି। ହରିୟାଣାର ପଞ୍ଚକୁଳା ସ୍ୱତନ୍ତ୍ର କୋର୍ଟ ଏନ୍‌ଆଇଏ ଏହି ମାମଲାର ଶୁଣାଣି କରିଛନ୍ତି। ଏହି ମାମଲାର ୪ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ।

ସେମାନେ ହେଲେ ସ୍ୱାମୀ ଅସୀମାନନ୍ଦ, କମଲ ଚୌହାନ, ରାଜେନ୍ଦ୍ର ଚୌଧୁରୀ ଏବଂ ଲୋକେଶ ଶର୍ମା।

ବିସ୍ଫୋରଣରେ ନିଜ ବାପାଙ୍କୁ ହରାଇଥିବା ପାକିସ୍ତାନି ମହିଳା ଏହି ମାମଲାରେ ତାଙ୍କ ବୟାନ ରେକର୍ଡ ପାଇଁ ଆବେଦନ କରିଥିଲେ। କୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଅଭିଯୁକ୍ତୁଙ୍କୁ ଦୋଷମୁକ୍ତ କରିଛନ୍ତି।

ଏହି ମାମଲାରେ ତଦନ୍ତକାରୀ ସଂସ୍ଥା ଜୁନ ୨୦, ୨୦୧୧ରେ ପଞ୍ଚକୁଲା ଏନଆଇଏ କୋର୍ଟରେ ଅସୀମାନନ୍ଦ, ଲୋକେଶ ଶର୍ମା, କମଲ ଚୌହାନ ଓ ରାଜେନ୍ଦ୍ର ଚୌଧୁରୀଙ୍କ ବିରୋଧରେ ଚାର୍ଜସିଟ ଦାଏର କରିଥିଲେ ।

୨୦୦୭ରେ ସମଝୌତା ଏକ୍ସପ୍ରେସରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ଏଥିରେ ପାଖାପାଖି ୬୮ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ସମସ୍ତ ଯାତ୍ରୀ ପାକିସ୍ତାନୀ ଲୋକ ଥିଲେ।

Comment