ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଡେନ-ଗାର୍ଡେନରେ ଭାରତର ଦମଦାର ବିଜୟ। ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଡେ-ନାଇଟ ଟେଷ୍ଟ ମ୍ୟାଚରେ ଭାରତ ବାଂଲାଦେଶକୁ ୪୬ ରନ୍‌ରେ ପରାସ୍ତ କରିଛି। ଏହାସହ ଭାରତ ତା’ର ପ୍ରଥମ ଡେ-ନାଇଟ ଟେଷ୍ଟ ମ୍ୟାଚରେ ବିଜୟ ହାସଲ କରିଛି। ଭାରତ ପୂର୍ବରୁ ଇନ୍ଦୋର ଟେଷ୍ଟରେ ବାଂଲାଦେଶକୁ ପରାସ୍ତ କରିଥିଲା। ତେବେ ଏହି ମ୍ୟାଚ ଜିତି ଭାରତ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଅକ୍ତିଆର କରିଛି।

ଏହି ମ୍ୟାଚରେ ବାଂଲାଦେଶ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ଆରମ୍ଭ କରିଥିଲା। ବାଂଲାଦେଶ ପ୍ରଥମ ଇନିଂସରେ ଭାରତୀୟ ପେସ୍‌ ବୋଲରଙ୍କୁ ସାମ୍ନା କରିନପାରି ୧୦୬ ରନ୍‌ରେ ଅଲଆଉଟ ହୋଇଯାଇଥିଲା।। ପରେ ଭାରତ ତାର ପ୍ରଥମ ଇଂନିସ ଖେଳି ୯ ଓ୍ଵିକେଟ ହରାଇ ୩୪୭ ରନ୍‌ କରିଥିଲା। ଭାରତ ପକ୍ଷରୁ ଏହି ଇଂନିସରେ ବିରାଟ କୋହଲି ଶତକ ହାସଲ କରିଥିଲେ।

ଦ୍ଵିତୀୟ ଇଂନିସରେ ବାଂଲାଦେଶ ସାମ୍ନରେ ୨୪୧ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ହେଲେ ବାଂଲାଦେଶ ପୁଣି ୧୯୫ ରନ୍‌ରେ ଅଲ ଆଉଟ ହୋଇଯାଇଥିଲା। ଫଳରେ ବାରତ ଇଡେନ୍‌-ଗାର୍ଡେନ ଟେଷ୍ଟକୁ ନିଜ ନାମରେ କରିଥିଲା।

ଭାରତ ପକ୍ଷରୁ ଇଶାନ୍ତ ଶର୍ମା ସର୍ବାଧିକ ୯ ଓ୍ଵିକେଟ ହାସଲ କରିଥିବା ବେଳେ ଉମେଶ ଯାଦବ ୮ ଓ୍ଵିକେଟ ହସଲ କରିଥିଲେ। ସେହିପରି ବାଂଲାଦେଶ ପକ୍ଷରୁ ସୁଶାଫିକର ରହିମ ୭୪ରନ୍‌ର ଲଢୁଆ ବ୍ୟାଟିଂ କରିଥିଲେ ମଧ୍ୟ ଦଳ ପରାଜୟ ହୋଇଥିଲା।

Comment