ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରରେ ନୂଆ ସରାକର ବିବାଦ ମାମଲାର ଆଜି ଶୁଣାଣି କରିବେ ସୁପ୍ରିମ୍କୋର୍ଟ। ଦିନ ସାଢେ ୧୧ଟା ସମୟରେ ଏହାର ଶୁଣାଣି କରାଯିବ। ସୁପ୍ରିମ୍କୋର୍ଟର ୩ ସଦସ୍ୟ ବିଶିଷ୍ଟ ଖଣ୍ଡପୀଠ ଏହାର ଶୁଣାଣି କରିବେ।
ମହାରାଷ୍ଟ୍ରରେ ବିଜେପି ଏନ୍ସିପି ନେତା ଅଜିତ ପାୱାରଙ୍କ ସମର୍ଥନରେ ସରକାର ଗଠନ କରିବାରେ ସମର୍ଥ ହେବାପରେ ଏହା ବିରୋଧରେ କଂଗ୍ରେସ, ଶିବସେନା ଏବଂ ଏନ୍ସିପି ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଏହି ଆବେଦନରେ ଦର୍ଶାଯାଇଛି, ବିଜେପି ଗଠନ କରିଥିବା ସରକାର ସମ୍ବିଧାନ ବିରୋଧୀ। ଫଡ଼ନାଭିସ୍ଙ୍କ ପ୍ରତି ୧୪୪ ବିଧାୟକଙ୍କର ସମର୍ଥନ ରହିଥିବାର ମଧ୍ୟ କୌଣସି ପ୍ରମାଣ ନଥିବା ସେ କହିଛନ୍ତି। ଏହାସହ କେନ୍ଦ୍ରସରକାର ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରିବା ପ୍ରକ୍ରିୟା ଉପରେ ମଧ୍ୟ ସେମାନେ ଏକ ଆବେଦନ କରିଛନ୍ତି।


















