ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଧାର କାର୍ଡଧାରୀଙ୍କ ପାଇଁ ଏକ ନୂଆ ମୋବାଇଲ ଆପ୍‌ ଲଞ୍ଚ୍‌ କରାଯାଇଛି। ଏହି ଆପ୍‌ର ନାଁ ‘mAadhaar’। ଏହି ଆପ୍‌ ଜରିଆରେ ଆପଣ ନିଜ ଆଧାରର ତଥ୍ୟ ନିଜ ମୋବାଇଲ ଫୋନ୍‌ରେ ଡାଉନ୍‌ଲୋଡ୍‌ କରିପାରିବେ। ଏହି ଆପ୍‌ରେ ଜଣେ ନାଗରିକ ନିଜ ଆଧାର ନମ୍ବର ସହ ଏଥିରେ ଥିବା ନାମ, ଜନ୍ମ ତାରିଖ, ଲିଙ୍ଗ, ଠିକଣା ଏବଂ ଫଟୋ ପାଇପାରିବ। ଏହି ଆପ୍‌କୁ ଆପଣ ଗୁଗୁଲ ପ୍ଲେ-ଷ୍ଟୋରକୁ ଯାଇ ଡାଉନ୍‌ଲୋଡ୍‌ କରିପାରିବେ।

ୟୁନିକ୍‌ ଆଇଡେଣ୍ଟିଫିକେଶନ ଅଥୋରିଟି ଅଫ୍‌ ଇଣ୍ଡିଆ(UIDAI) ପକ୍ଷରୁ ଏନେଇ ଟୁଇଟରରେ ସୂଚନା ଦିଆଯାଇଛି। mAadhaar ଆଧାର ଆପ୍‌କୁ ବ୍ୟବହାର କରିବା ପାଇଁ ଆପଣଙ୍କ ମୋବାଇଲ ନମ୍ବର ଆପରଙ୍କ ଆଧାରରେ ବା UIDAI ପୋର୍ଟାଲରେ ରେଜିଷ୍ଟର ହୋଇଥିବା ଆବଶ୍ୟକ।

ଏନେଇ UIDAI ପକ୍ଷରୁ କୁହାଯାଇଛି, “ଆପଣଙ୍କ ମୋବାଇଲରେ ଇନ୍‌ଷ୍ଟଲ ଥିବା ସବୁ ପୁରୁଣା ଆଧାର ଆପ୍‌କୁ ଅନ୍‌ଇଷ୍ଟାଲ କରିଦିଅନ୍ତୁ। ଏହାପରେ ନୂଆ mAadhaar ଆପ୍‌କୁ ଇନ୍‌ଷ୍ଟଲ କରନ୍ତୁ। ଉଭୟ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ୍‌ ଷ୍ଟୋରରେ ଏହା ଉପଲବ୍ଧ ରହିଛି।”

ଆସନ୍ତୁ ଜାଣିବା ଏହି ଆପ୍‌ରେ କ’ଣ ନୂଆ ଫିଚର ରହିଛି,

୧- ଆଧାର ସର୍ଭିସେଜ୍‌ ଡ୍ୟାସ୍‌ବୋର୍ଡ – ଆଧାର କାର୍ଡଧାରୀଙ୍କ ପାଇଁ ମିଳୁଥିବା ସବୁ ଅନ୍‌ଲାଇନ୍‌ ସେବା ବିଷୟରେ ଗୋଟଏ ପ୍ଲାଟଫର୍ମରେ ସମସ୍ତ ସୂଚନା

୨. ମାଇଁ ଆଧାର ସେକ୍ସନ – ଆପ୍‌ରେ ଯୋଡ଼ି ହୋଇଥିବା ଆପଣଙ୍କ ବ୍ୟକ୍ତିଗତ ଆଧାର ବିଷୟରେ ସବିଶେଷ ସୂଚନା

mAadhaar ଆପ୍‌ରେ କ’ଣ ମିଳିବ ସୁବିଧା

ମୋବାଇଲରେ mAadhaar ଆପ୍‌ ଥିଲେ ଅରିଜିନାଲ ଆଧାର କାର୍ଡକୁ ନିଜ ସାଙ୍ଗରେ ଧରି ବୁଲିବାକୁ ପଡ଼ିବ ନାହିଁ। mAadhaar ଆପ୍‌ ଜରିଆରେ ସମସ୍ତ ଆଧାର ସମ୍ବନ୍ଧୀୟ କାର୍ଯ୍ୟ କରିପାରିବେ।

mAadhaar ଆପ୍‌ରେ ଥିବା ବାୟୋୟମେଟ୍ରିକ୍‌ ଲକ୍‌ ସହାଯ୍ୟରେ ଆପଣ ଏହି ଅପ୍‌କୁ ସୁରକ୍ଷିତ ଭାବେ ଲକ୍‌ ଏବଂ ଅନ୍‌ଲକ୍‌ କରିପାରିବେ।

ଯଦି ଆଧାର ଓଟିପି ଆପଣଙ୍କ ମୋବାଇଲ୍‌କୁ ଆସିବାରେ ସମସ୍ୟା ଦେଖା ଦେଉଛି ତେବେ mAadhaar ଆପ୍‌ରେ ଥିବା Time-based OTP (TOTP)ର ସେବା ପାଇପାରିବେ। ଏହା ମାତ୍ର ୩୦ ସେକେଣ୍ଡ ପାଇଁ ଭାଲିଡ୍‌ ରହିବ।

mAadhaar ଆପ୍‌ ଜରିଆରେ ଆପଣ ନିଜ ଆଧାର କାର୍ଡର କ୍ୟୁଆର୍‌ କୋର୍ଡ ସେୟାର କରିପାରିବେ।

mAadhaar ଥିଲେ ଆଧାରଧାରକ ନିଜ କେୱାଇସି ମେସେଜ୍‌ କିମ୍ବା ଇ-ମେଲ୍‌ ସାହାଯ୍ୟରେ ସିଧାସଳଖ କରିପାରିବେ।

Comment