ଓଡ଼ିଶାଲାଇଭ୍ ବ୍ୟୁରୋ

ସରକାର ଆଧାରକାର୍ଡକୁ ଅନେକ ଜୁରୁରୀ କରିଛନ୍ତି। ସମସ୍ତ ଜରୁରୀ କାମ ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯାଇଛି। ଏ ପରିସ୍ଥିତିରେ ଯଦି ଆପଣଙ୍କ ପାଖରେ ଆଧାରକାର୍ଡ ନାହିଁ କିମ୍ବା ଆଧାର ଲାଗି ଆବଶ୍ୟକ ହେଉଥିବା ଡକ୍ୟୁମେଣ୍ଟ ନାହିଁ ତେବେ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ କାରଣ ଏମିତି କିଛି ବ୍ୟବସ୍ଥା ଅଛି ଯାହା ସାହାଯ୍ୟରେ ଆପଣ ଆଧାରକାର୍ଡ ବନାଇପାରିବେ।

ଯଦି ଆପଣଙ୍କ ପାଖରେ କୌଣସି ଡକ୍ୟୁମେଣ୍ଟ ନାହିଁ ଆଧାର ଲାଗି ତେବେ ଆପଣ ଘରର ମୁରବୀଙ୍କ ସାହାଯ୍ୟରେ ଆଧାର ବନାଇପାରିବେ। ଏଥିପାଇଁ ଘରର ମୁରବୀଙ୍କ ଆଧାର ଥିବା ଦରକାର। ସେ ପରିବାର ଲୋକଙ୍କ ସଦସ୍ୟତାକୁ ପଞ୍ଜିକୃତ କରାଇପାରିବେ। ଏହାଦ୍ୱାରା (ୟୁଆଇଡିଏଆଇ) ଆପଣଙ୍କ ପରିବାରର ମୁଖିଆଙ୍କ ସହ ଥିବା ସମ୍ପର୍କର କିଛି ପ୍ରମାଣ ମାଗି ପାରନ୍ତି। ଯାହା ପରେ ଆପଣଙ୍କୁ ଆଧାରକାର୍ଡ ମିଳିପାରିବ।

୨-ଯଦି ଏହା ବି ସମ୍ଭବ ନୁହଁ ତେବେ ବି ଆପଣ ଆଧାରକାର୍ଡ ବନାଇପାରିବେ। ଆପଣ ଆଧାର କେନ୍ଦ୍ରରେ ଥିବା ରେଜିଷ୍ଟରଙ୍କ ସାହାଯ୍ୟ ନେଇପାରିବେ। ରେଜିଷ୍ଟର ନୋଟିଫାଏ କରିବା ପରେ ଆପଣଙ୍କୁ ଆଧାର ମିଳିପାରିବ।

୩- ଏହା ବ୍ୟତିତ ଯଦି ଆପଣଙ୍କ ଆଧାରକାର୍ଡ ହଜିଯାଇଛି। ତେବେ ଆପଣ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବେ। ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବୁ ଯାହା ମାଧ୍ୟମରେ ଆପଣ ପୁଣିଥରେ ଆପଣଙ୍କ ଆଧାର ବନାଇପାରିବେ। ଏଥିପାଇଁ (ୟୁଆଇଡିଏଆଇ) m Aadhar ନାଁରେ ଏକ ମୋବାଇଲ ଆପ୍‌ ଲଞ୍ଚ କରିଛି। ଏହି ଆପ୍‌କୁ ଆପଣଙ୍କୁ ମୋବାଇଲରେ ଡାଉନଲୋଡ୍‌ କରିବାକୁ ପଡ଼ିବ। ଯାହା ପରେ  ଆପଣଙ୍କ ଆଧାର ନମ୍ବର ଆପଣଙ୍କ ମୋବାଇଲରେ ହେବ। କିନ୍ତୁ m Aadhar  ଆପ୍ ବ୍ୟବହାର ଲାଗି ଆପଣଙ୍କ ପାଖରେ ବୈଧ ମୋବାଇଲ୍ ନମ୍ବର ଥିବା ଆବଶ୍ୟକ।

୪-ଯଦି ଆପଣଙ୍କ ପାଖରେ ବୈଧ ମୋବାଇଲ ନମ୍ବର ନାହିଁ ତେବେ ଆପଣଙ୍କୁ ନିକଟସ୍ଥ ଆଧାର କେନ୍ଦ୍ରକୁ ଯାଇ ନୂଆ ନମ୍ବରକୁ ଅପଡେଟ କରିବାକୁ ପଡ଼ିବ। ଏଥିରେ ଆପଣଙ୍କୁ QR କୋର୍ଡ ଓ KYCର ଫିଚର ବି ମିଳିବ। କୌଣସି ସ୍ଥାନକୁ ଗଲେ ଆପଣ ଏହାକୁ ଆଧାର ନମ୍ବର ଭାବରେ ବ୍ୟବହାର କରିପାରିବେ।

କେମିତି କରିବେ m Aadhar ଆପ୍‌ ଡାଉନଲୋଡ଼

  • ପ୍ରଥମେ Google ପ୍ଲେ ଷ୍ଟୋରକୁ ଯିବେ
  • m Aadhar ଆପ୍‌ ଡାଉନଲୋଡ କରିବେ
  • ଆପ୍‌ ପାସୱାର୍ଡକୁ ସୁରକ୍ଷିତ ରଖିବେ
  • ଆପ୍‌ ଡାଉନଲୋଡ ହେବା ପରେ ଆଧାର ନମ୍ବର ସହ ଅନ୍ୟ ଡିଟେଲ୍ସ ଭରିବାକୁ ପଡ଼ିବ
  • ଏହା ପରେ ବୈଧ ମୋବାଇଲ ନମ୍ବରକୁ ଓଟିପି ଆସିବ
  • ଓଟିପି ଦେବା ପରେ ଏହି ଆପ୍‌ ଆପଣଙ୍କ ଫୋନରେ ଭେରିଫାଇ ହେବ
  • ଏହା ପରେ ଆପଣ ବାୟୋମେଟ୍ରିକ ଲକ୍‌ ଓ ଅନଲକ୍‌ କରି ପାରିବେ

Comment