ଓଡ଼ିଶାଲାଇଭ୍ ବ୍ୟୁରୋ

ଆଧାରକାର୍ଡରେ ଥିବା ପୁରୁଣା ଫଟୋକୁ ନେଇ ଚିନ୍ତିତ କି?  ଅତି ସହଜ ଉପାୟରେ ଆପଣ ନିଜ ନୂଆ ଫଟୋ ଅଧାରକାର୍ଡରେ ଅପ୍‌ଡେଟ୍‌ କରିପାରିବେ। ଆପଣ ବିନା କୌଣସି କଷ୍ଟରେ ଆପଣଙ୍କ ଆଧାରକାର୍ଡ ଫଟୋକୁ ବଦଳାଇପାରିବେ। ତେବେ ଏଥିପାଇଁ ଆପଣଙ୍କୁ କେତୋଟି ଛୋଟ କାମ କରିବାକୁ ପଡ଼ିବ।

କେମିତି କରିବେ ଆଧାରକାର୍ଡରେ ଫଟୋ ଅପଡେଟ୍‌?

ଆଧାରକାର୍ଡରେ ଫଟୋ ଅପଡେଟ୍ କରିବା ପାଇଁ ଆପଣଙ୍କୁ ନିକଟସ୍ଥ ଆଧାର ସଂଶୋଧନ କେନ୍ଦ୍ର ଯିବାକୁ ପଡ଼ିବ। ସେଠାରେ ଆପଣଙ୍କୁ ଆଧାରକାର୍ଡ ସଂଶୋଧନ କିମ୍ବା ଅପଡେଟ୍ ଫର୍ମ ପୂରଣ କରିବାକୁ ପଡ଼ିବ। ଫର୍ମପୂରଣ କରିସାରିବା ପରେ ସେଠାରେ ଥିବା ସଂଶୋଧନ ଅଧିକାରୀ ଆପଣଙ୍କ ବାୟୋମେଟ୍ରିକ୍ ଫିଙ୍ଗରପ୍ରିଣ୍ଟ୍ ନେବା ସହ ଆପଣଙ୍କ ଫଟୋକୁ ଅପଡେଟ୍ କରିଦେବେ।

ଏହାପରେ ସେ ଆପଣଙ୍କୁ ଗୋଟିଏ ସ୍ଲିପ୍ ଦେବେ। ଯାହା ସାହାଯ୍ୟରେ ଆପଣ ନିଜର ଆଧାର କାର୍ଡ ଅପଡେଟ୍ ବିଷୟରେ ଜାଣିପାରିବେ। ପରେ ଆଧାର ଅନ୍‌ଲାଇନ୍ ଓ୍ୱେବ୍‌ସାଇଟ୍‌ https://uidai.gov.in/ ରେ ଆପଣ ନିଜ ଅପ୍‌ଡେଟ୍‌ ଆଧାରକାର୍ଡ ଡାଉନ୍‌ଲୋଡ୍‌ କରିପାରିବେ।

ଏହି ଉପାୟରେ ଆପଣ ନିଜର ଆଧାରକାର୍ଡ ଫଟୋକୁ ପରିବର୍ତ୍ତନ କରିପାରିବେ।

Comment