ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ ଏକ ରେକର୍ଡର ଅଧିକାରୀ ହେଲେ କୋହଲି। ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଦ୍ଵିତୀୟ ଟେଷ୍ଟରେ ସେ ଏହି ରେକର୍ଡ ହାସଲ କରିଛନ୍ତି। ଏହି ରେକର୍ଡ ହାସଲ କରିବା ସହ ବିରାଟ ବର୍ତ୍ତମାନ ମାଷ୍ଟର ବ୍ଲାଷ୍ଟ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି।

ଭାରତ-ବାଂଲାଦେଶ ମଧ୍ୟରେ ଚାଲିଥିବା ଦ୍ଵିତୀୟ ଟେଷ୍ଟ ମ୍ୟାଚରେ ବିରାଟ ତାଙ୍କ ଟେଷ୍ଟ କ୍ୟାରିୟରର ୨୭ତମ ଶତକ ହାସଲ କରିଛନ୍ତି। ତେବେ ଏଥିରେ ସେ ଦ୍ରୃତତମ ୨୭ ଶତକ ହାସଲ କରିବାରେ ବ୍ରାଡମ୍ୟାନଙ୍କ ପରେ ଦ୍ଵିତୀୟ କ୍ରିକେଟର ହୋଇଛନ୍ତି।

ବ୍ରାଡ୍‌ମ୍ୟାନ ୭ ଟେଷ୍ଟ ମ୍ୟାଚରେ ୨୭ ଶତକ ହାସଲ କରିଥିଲେ। ବର୍ତ୍ତମାନ ତାଙ୍କ ପଛକୁ ବିରାଟ ଓ ସଚିନ ସଂଯୁକ୍ତ ଭାବେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ଉଭୟ ୧୪୧ ମ୍ୟାଚରେ ୨୭ ଶତକ ହାସଲ କରିଛନ୍ତି।

Comment