ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁତ ବଡ଼ ଆତଙ୍କି ହାମଲାରୁ ରକ୍ଷା ପାଇଲା ରାଜଧାନୀ ଦିଲ୍ଲୀ। ଦିଲ୍ଲୀ ପୋଲିସର ଏକ ସ୍ଵତନ୍ତ୍ର ସେଲ୍‌ ୩ ସନ୍ଦିଗ୍ଧଙ୍କୁ ଆଇଡି ବିସ୍ଫୋରକ ସହ ଗିରଫ କରିଛି। ଗିରଫ ହୋଇଥିବା ସନ୍ଦିଗ୍ଧ ଆଇଏସ୍‌ଆଇଏସ୍‌ ଆତଙ୍କୀ ସଂଗଠନର ବୋଲି ସନ୍ଦେହ କରାଯାଉଛି।

ଗିରଫ ହୋଇଥିବା ୩ଜଣଙ୍କ ନାଁ ହେଲା ମୁକଦ୍ଦସ ଇସଲାମ୍‌, ରଂଜିତ ଅଲ୍ଲି ଓ ଲୁଇସ ଜମିଲ ଜମାଲ। ସେମାନଙ୍କ ପାଖରୁ ଆଇଡି ସହ ୧କେଜି ବିସ୍ଫୋରକ ଓ ଛୁରି ଜବତ କରାଯାଇଛି। ଦିଲ୍ଲୀର ଆହୁରି କିଛି ଲୋକ ମଧ୍ୟ ଏମାନଙ୍କ ସହ ରହିଥିବା ସନ୍ଦେହ କରାଯାଉଛି।

Comment