ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୋଟିଏ ସ୍ଵଚ୍ଛ ଓ ସ୍ଵାସ୍ଥ୍ୟ ଭାରତ ଗଠନ କରିବା ପାଇଁ ଆଗେଇ ଆସିଛନ୍ତି ନାଲକୋ ମହିଳା ସମିତିର ସଦସ୍ୟ। ଏନେଇ ନାଲକୋ ମହିଳା ସମିତି ପକ୍ଷରୁ କଟକ କଲେଜଛକସ୍ଥିତ ଯଶୋଦା ଶିଶୁ ସଦନରେ ମଶାରୀ ବଣ୍ଟନ କରାଯାଇଛି।

ନାଲକୋ ମହିଳା ସମିତିର ଅଧ୍ୟକ୍ଷା ପ୍ରୀତି ରାୟଙ୍କ ନେତୃତ୍ଵରେ ଏହି ମଶାରୀ ବଣ୍ଟନ କରାଯାଇଥିଲା। ଶିଶୁ ସଦନରେ ରହୁଥିବା ପିଲାମାନଙ୍କର ଉନ୍ନତ ସ୍ଵାସ୍ଥ୍ୟକୁ ଲକ୍ଷ୍ୟ ରଖି ଏପରି କାର୍ଯ୍ୟକ୍ରମ କରାଯାଇଛି।

Comment