ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନୀ ରଣକ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଏଣ୍ଟ୍ରି ମାରିଛନ୍ତି। ଆଜି ଝାଡ଼ଖଣ୍ଡରେ ରାଲି ଏବଂ ଜନସଭା କରି ମୋଦୀ ବିଜେପି ପ୍ରାର୍ଥୀଙ୍କୁ ବିଜୟ ମନ୍ତ୍ରୀ ଦେଇଛନ୍ତି।

ଝାଡ଼ଖଣ୍ଡର ଡାଲ୍ଟନଗଞ୍ଜରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ମୋଦୀ। ଅପରାହ୍‌ଣରେ ଗୁମଲାରେ ମୋଦୀ ଜନସଭା କରିବେ।

ଏହା ପ୍ରଧାନମନ୍ତ୍ରୀଙ୍କ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ନିର୍ବାଚନ ରାଲି। ଝାଡ଼ଖଣ୍ଡରେ ନଭେମ୍ବର ୩୦ରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ। ୫ଟି ପର୍ଯ୍ୟାୟରେ ମତଦାନ ହୋଇ ଡିସେମ୍ବର ୨୦ରେ ଶେଷ ହେବ।

Comment