ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନେ ଯେଉଁ ହାତରେ ବନ୍ଧୁକ ଧରି ଲୋକଙ୍କୁ ଭୟଭୀତ କରାଉଥିଲେ, ଏବେ ସେହି ହାତରେ ଝାଡୁ ଧରି କରୁଛନ୍ତି ଲୋକସେବା। ଆତ୍ମସମର୍ପଣ ପରେ ଏଭଳି ବାଟ ଆପଣେଇଛନ୍ତି ଦୁଇ ମହିଳା ମାଓବାଦୀ। ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ।। ମାଓବାଦୀ ଦୁଇଜଣ ହେଲେ ମାଳତୀ କାବାସି ଓ ଦେବା ମାଢି।

୨୦୧୨ ମସିହାରେ ଦୁହେଁ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ପୂର୍ବରୁ ମାଳତୀ କାବାସି ବୈପାରିଗୁଡ଼ା ଦଲମରେ ଦୀର୍ଘ ୮ ବର୍ଷ ଧରି ମାଓ ସଂଗଠନରେ ରହିଥିଲେ। ସେ ଆଲମପାକା, ବୈପାରିଗୁଡ଼ା ଥାନା, ରାମଗିରି ଥାନା ଉଡ଼ାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ସେହିପରି ଦେବା ମାଢ଼ି କାଲିମେଳା ଦଲମ୍‌ରେ ମାଓବାଦୀ ସଂଗଠନରେ କାମ କରିଥିଲେ। ସେ ଦାମନଯୋଡ଼ି, ମାଇନ୍ସ ଆକ୍ରମଣ, ରାମଗୁଡ଼ା ଏନକାଉଣ୍ଟରରେ ପୋଲିସକୁ ଆକ୍ରମଣ ସହ ୧୦ରୁ ଅଧିକ ମାମଲାରେ ଜଡ଼ିତ ଥିବା ପୋଲିସ କହିଛି।

ହେଲେ ଏବେ ତାଙ୍କ ଜୀବନର ରାସ୍ତା ବଦଳି ଯାଇଛି। ଦୁଇଜଣ ଆତ୍ମନିର୍ଭରଶୀଳ ହେବା ପାଇଁ ଡାକ୍ତରଖାନାରେ ସୁଇପର ଭାବେ କାମ କରି ନିଜ ପରିବାର ପୋଷଣ କରୁଛନ୍ତି।

Comment