ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁରରେ ଚାଷୀଙ୍କ ବିକ୍ଷୋଭ। ଅଭାବି ବିକ୍ରି, ଟୋକେନ ବ୍ୟବସ୍ଥା ଏବଂ ଜଳସେଚିତ ଓ ଅଣଜଳସେଚିତ ତାରତମ୍ୟ ବିରୋଧରେ ଚାଷୀମାନେ ସ୍ଥାନୀୟ ରଜାନହରଠାରୁ ବାଇକ ଏବଂ ପଦ ଶୋଭଯାତ୍ରାରେ ବାହାରି ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ।

ମନୋଜ ପାତ୍ରଙ୍କ ଆହ୍ୱାନରେ ଜିଲ୍ଲାର ଚାଷୀମାନେ ଏକତ୍ରିତ ହୋଇଥିଲେ। ଚାଷୀମାନେ ଟୋକେନ ବ୍ୟବସ୍ଥାକୁ ବିରୋଧ କରି ଆଗରୁ ଯେପରି ଧାନ କିଣାଯାଉଥିଲା ସେପରି କରାଯାଉ, ମଣ୍ଡିକୁ ଚାଷୀ ଧାନ ଆଣିଲେ ତାହା କିଣାଯାଉ, ଏଫଏକ୍ୟୁ ଯାଞ୍ଚ ଆଳରେ ଚାଷୀଙ୍କୁ ହଇରାଣ କରାନଯାଉ, ଜଳସେଚିତ ୧୯ କୁଇଣ୍ଟାଲ ଓ ଅଣସେଚିତ ଜମି ୧୩ କୁଇଣ୍ଟାଲ ଧାନ କିଣିବାକୁ ପ୍ରଶାସନର ନିଷ୍ପତ୍ତିକୁ ଚାଷୀମାନେ ବିରୋଧ କରିଛନ୍ତି।

ଏନେଇ ଜିଲ୍ଲା ଯୋଗାଣ ଅଧିକାରିଙ୍କ ସହ ଆଲୋଚନା କରି କୃଷକ କଲ୍ୟାଣ ମଞ୍ଚ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି। ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ଯେ, କୋରାପୁଟ ଜିଲ୍ଲାରେ ଥିବା ଧାନ ମଣ୍ଡି ଗୁଡିକର ବହୁ ସ୍ଥାନରେ ନିଜସ୍ୱ ଜାଗା ଓ ଭିତ୍ତି ଭୂମି ନାହିଁ। ଫଳରେ ଚାଷୀଙ୍କୁ ବହୁ ଅସୁବିଧା ଭୋଗିବାକୁ ପଡୁଛି। ତୁରନ୍ତ ଭିତ୍ତି ଭୂମିର ବିକାଶ କରାଯାଉ, ଚାଷୀମାନେ ବର୍ତ୍ତମାନ କ୍ୱିଇଣ୍ଟାଲ ପିଛା ୧୨ ଶହ ଓ ୧୩ ଶହ ଟଙ୍କା ମଧ୍ୟରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି। ତେଣୁ ତୁରନ୍ତ ମଣ୍ଡି ଆରମ୍ଭ କରାଯାଉ।

Comment