ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନ ମାନ୍ୟତାର ଟପ୍‌ ଟେନରେ ସ୍ଥାନ ପାଇଲେ ମୟଙ୍କ ଅଗ୍ରଓ୍ଵାଲ। ମୟଙ୍କ ୭୦୦ ପଏଣ୍ଟ ସହ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ପୂର୍ବରୁ ଟପ୍‌ ଟେନ୍‌ରେ ଥିବା ରୋହିତ ଶର୍ମା ତଳକୁ ଖସିଛନ୍ତି। ବର୍ତ୍ତମାନ ରୋହିତ ୧୩ ସ୍ଥାନରେ ରହିଛନ୍ତି।


ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଶତକ ହାସଲ କରି ମୟଙ୍କ ଏହି ସପଳତା ହାସଲ କରିଛନ୍ତି। ଏହାସହ କୋହଲି ମଧ୍ୟ ପ୍ରଥମ ସ୍ଥାନରେ ରହିଥିବା ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭେନ ସ୍ମିଥଙ୍କ ନିକଟତର ହୋଇଛନ୍ତି। ସ୍ମିଥ ୯୩୧ ପଏଣ୍ଟରେ ରହିଥିବା ବେଳେ କୋହଲି ୯୨୮ ପଅଣ୍ଟରେ ରହିଛନ୍ତି।

ବର୍ତ୍ତମାନ ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ୪ ଭାରତୀୟ ରହିଛନ୍ତି। କୋହଲି ୯୨୮ ପଏଣ୍ଟ ସହ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ଚେତେଶ୍ଵର ପୂଜାରା ୭୯୧ ପଏଣ୍ଟରେ ଚତୁର୍ଥ ଓ ଆଜିଙ୍କ୍ୟ ରାହାଣେ ୭୫୯ ପଏଣ୍ଟରେ ପଞ୍ଚମ ସ୍ଥାନରେ ରହିଛନ୍ତି।

Comment