ଓଡ଼ିଶାଲାଇଭ୍ ବ୍ୟୁରୋ
- ବୁଧବାର ମହାରାଷ୍ଟ୍ରରେ ବହୁମତ ପରୀକ୍ଷା
- ବ୍ୟବହାର ହେବନି ସିକ୍ରେଟ ବାଲାଟ ପେପର
- ବହୁମତ ପରୀକ୍ଷାର ହେବ ସିଧା ପ୍ରସାରଣ
ମହାରାଷ୍ଟ୍ରରେ ସରକାର ଗଠନ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ବୁଧବାର ସନ୍ଧ୍ୟା ୫ଟା ପୂର୍ବରୁ ବିଧାନସଭାରେ ବହୁମତ ପରୀକ୍ଷା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫ୍ଲୋର ଟେଷ୍ଟରେ ସିକ୍ରେଟ ବାଲଟ୍ ବ୍ୟବହାର ନକରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ସେହିପରି ଫ୍ଲୋର ଟେଷ୍ଟର ସିଧାପ୍ରସାରଣ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି।
କୋର୍ଟଙ୍କ ରାୟ ଅନୁସାରେ ବିଧାନସଭାରେ ପ୍ରଥମେ ବିଧାୟକ ଶପଥ ନେବେ ତା’ ପରେ ବହୁମତ ପରୀକ୍ଷା ହେବ। ଅସ୍ଥାୟୀ ବାଚସ୍ପତି ବହୁମତ ପରୀକ୍ଷା କରାଇବେ।
ସୁପ୍ରିମକୋର୍ଟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପରେ ବିଜେପି, କଂଗ୍ରେସ, ଏନସିପି, ଶିବସେନା ମଧ୍ୟରେ ଉତ୍କଣ୍ଠା ଦେଖା ଦେଇଛି।


















