ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାରାଷ୍ଟ୍ରରେ ସରକାର ଗଢ଼ିବ ଶିବସେନା ନେତୃତ୍ୱାଧିନ ମେଣ୍ଟ। ଆସନ୍ତା ଡିସେମ୍ବର ୧ ତାରିଖରେ ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ମହାରାଷ୍ଟ୍ରର ଶିବାଜୀ ପାର୍କରେ ଶପଥ ଗ୍ରହଣ ସମାରୋହ କରିବାକୁ ଶିବସେନା ଚାହିଁଥିବା ସୂଚନା ମିଳିଛି।

ମଙ୍ଗଳବାର ଦେବେନ୍ଦ୍ର ଫଡନାଭିସ୍‌ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସରକାର ଭାଙ୍ଗିଯାଇଛି। ଏହାପରେ ଉଦ୍ଧବ ଶିବସେନା ନେତୃତ୍ୱାଧିନ ମେଣ୍ଟ ମହାରାଷ୍ଟ୍ରରେ ନୂଆ ସରକାର ଗଠନ କରିବ। ଆଜି ଶିବସେନା-ଏନ୍‌ସିପି-କଂଗ୍ରେସ ଦଳ ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବାକୁ ଦାବି ଜଣାଇବେ।

ଠାକ୍‌ରେ ପରିବାରରୁ ଉଦ୍ଧବ ହେଉଛନ୍ତି ପ୍ରଥମ, ଯିଏକି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ। ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେଲେ କଂଗ୍ରେସ ଏବଂ ଏନ୍‌ସିପି ଦଳରୁ ଉପ-ମୁଖ୍ୟମନ୍ତ୍ରୀ ବଛାଯିବ।

Comment