ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ର ବିଧାନସଭାରେ ଶନିବାର ଫ୍ଲୋର୍ ଟେଷ୍ଟ୍ ହେବ। ଯେଉଁଥିରେ ନୂଆ କରି ମୁଖ୍ୟମନ୍ତ୍ରୀ ହୋଇଥିବା ଉଦ୍ଧବ ଠାକରେ ଗୃହରେ ନିଜର ବହୁମତ ସାବ୍ୟସ୍ତ କରିବେ।

ଗୁରୁବାର ମହାରାଷ୍ଟ୍ରର ୧୯ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ତାଙ୍କୁ ରାଜ୍ୟପାଳ ଆସନ୍ତା ଡିସେମ୍ବର ୩ ତାରିଖରେ ଗୃହରେ ବହୁମତ ସାବ୍ୟସ୍ତ କରିବାକୁ ସମୟ ଦେଇଥିଲେ। ତେବେ ଶନିବାର ହିଁ ଉଦ୍ଧବ ଗୃହରେ ବହୁମତ ସାବ୍ୟସ୍ତ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ଶନିବାର ଦିନ ୨ଟାରେ ମହାରାଷ୍ଟ୍ର ବିଧାନସଭାରେ ଫ୍ଲୋର୍ ଟେଷ୍ଟ କରାଯିବ। ଏନେଇ ଉଦ୍ଧବ ଆସନ୍ତାକାଲି ବିଧାନସଭାର ଏକ ସ୍ୱତନ୍ତ୍ର ବୈଠକ ଡକାଇଛନ୍ତି। ମହା ବିକାଶ ଅଘାଡ଼ି ମେଣ୍ଟ ପାଖରେ ୧୬୨ ବିଧାୟକ ରହିଥିବା ହେତୁ ଫ୍ଲୋର୍ ଟେଷ୍ଟରେ ପାସ୍ ହେବାକୁ ଉଦ୍ଧବଙ୍କୁ କୌଣସି ଅସୁବିଧା ହେବ ନାହିଁ ବୋଲି କୁହାଯାଉଛି।

ଶନିବାର ଫ୍ଲୋର୍ ଟେଷ୍ଟ ହେବା ପରେ ରବିବାର ବିଧାନସଭାର ବାଚସ୍ପତି ନିର୍ବାଚନ କରାଯିବ। ଏହାପରେ ସୋମବାର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ବିଧାନସଭାରେ ଅଭିଭାଷଣ ଦେବେ।

Comment