ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାରାଷ୍ଟ୍ରରେ ସରକାର ଗଢ଼ିବା ପରେ ଆକ୍ସନ ମୁଡ୍‌ରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ। ଶନିବାର ବିଧାନସଭା ଶୀତ ଅଧିବେଶନର ଶେଷ ଦିନରେ ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ରରେ ୨ ଲକ୍ଷ ଟଙ୍କା ଯାଏଁ କୃଷି ଋଣ ଛାଡ଼ କରିବାକୁ ଘୋଷଣା କରିଛନ୍ତି।

ସରକାରଙ୍କ ଏହି ଘୋଷଣା ପରେ ବିରୋଧ ଦଳ ସମ୍ପୂର୍ଣ୍ଣ ଋଣ ଛାଡ଼ କରିବାକୁ ଦାବି କରି ଗୃହ ତ୍ୟାଗ କରିଥିଲେ।  ଠାକ୍‌ରେ ସରକାର ପ୍ରତିଶ୍ରୁତି ଦେଇ ରଖିନଥିବା ଅଭିଯୋଗ ଲଗାଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌। ଏହାପରେ ବିଜେପି ନେତାମାନେ ଗୃହ ତ୍ୟାଗ କରିଥିବା ଜଣାପଡ଼ିଛି।

ଗତ ସେପ୍ଟେମ୍ବର ୩୦ ତାରିଖ ଯାଏଁ ମହାରାଷ୍ଟ୍ରରେ ନିଆଯାଇଥିବା କୃଷି ଋଣ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାଡ଼ କରିଦିଆଯିବ। ଏହାକୁ ମହାତ୍ମା ଗାନ୍ଧୀ ଜ୍ୟୋତିରାଓ ଫୁଲେ କର୍ମଜୀବୀ ଯୋଜନା ନାଁରେ ନାମିତ କରାଯିବ। ଏନେଇ ରାଜ୍ୟ ଅର୍ଥମନ୍ତ୍ରୀ ଜୟନ୍ତ ପାଟିଲ ସୂଚନା ଦେଇଛନ୍ତି।

ଜୟନ୍ତ ଆହୁରି ମଧ୍ୟ କହିଛନ୍ତି ଯେ, ସରକାରଙ୍କ ଏହି ଘୋଷଣା ବିନା କୌଣସି ସର୍ତ୍ତରେ ଲାଗୁ କରାଯିବ। ଏହା ସହ ନିଜ କୃଷି ଋଣକୁ ଠିକ୍‌ ସମୟରେ ପୈଠ କରିଥିବା କୃଷକଙ୍କୁ ସରକାର ସ୍ୱତନ୍ତ୍ର ସ୍କିମ୍‌ ଦେବେ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/JbiFeChOJ141BO7qioQFpj

Comment