ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠୁ ଗଞ୍ଜାମ ଜିଲ୍ଲାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବସ୍‌ ଚଳାଚଳ ବନ୍ଦ। ବ୍ରହ୍ମପୁର ବସଷ୍ଟାଣ୍ଡର ଉନ୍ନତିକରଣ କାମ ଯୋଗୁଁ ହଳଦିଆପଦରରୁ ବସ ଚଳାଚଳ କରିବା ପାଇଁ ପ୍ରଶାସନ ନିଷ୍ପତି ନେଇଥିବା ବେଳେ ବସ ମାଲିକ ସଂଘ ଏହାକୁ ବିରୋଧ କରି ଆଜିଠୁ ଧର୍ମଘଟ କରିଛି।

ଧର୍ମଘଟ ଯୋଗୁଁ ଆଜି ଜିଲ୍ଲାରେ ପ୍ରାୟ ୭୦୦ ଘରୋଇ ବସ୍‌ ଗଡ଼ୁନି। ଘରୋଇ ବସ୍‌ ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ହଳଦିଆପଦର ବସ୍‌ ଟର୍ମିନାଲରୁ ବସ୍‌ ଚଳାଇଲେ ସମୟ ସମସ୍ୟା ସହିତ ବହୁ ଆର୍ଥିକ କ୍ଷତି ହେବ କହି ଏହାକୁ ବିରୋଧ କରିଛନ୍ତି ବସ୍‌ ମାଲିକ ସଂଘ।

ବ୍ରହ୍ମପୁର ବସଷ୍ଟାଣ୍ଡର ଉନ୍ନତିକରଣ କାମ ଆରମ୍ଭ ହୋଇଥିବାରୁ ହଳଦିଆପଦର ଟର୍ମିନାଲରୁ ବସ ଚଳାଇବାକୁ ନିଷ୍ପତି ନେଇଥିଲା ପ୍ରଶାସନ। କିନ୍ତୁ ହଳଦିଆପଦରରେ ଅସ୍ଥାୟୀ ବସ ରହଣୀକୁ ସଂଘ ବିରୋଧ କରି ଧର୍ମଘଟ କରିଛି।

Comment