ଓଡିଶାଲାଇଭ୍ ବ୍ୟୁରୋ

ଉଦଘାଟିତ ହେଲା ଚତୁର୍ଦ୍ଦଶ ପିଭିଆର ମୂର୍ତ୍ତି ସ୍ମାରକୀ ଅନ୍ତଃ ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ। କଟକ ଭୂବନାନନ୍ଦ ଇଂଜିନିୟରିଂ ସ୍କୁଲ ପଡ଼ିଆରେ ବୁଧବାରଠାରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି। ୟୁନିୟନ ସ୍ପୋର୍ଟିଂ କ୍ରିକେଟ କ୍ଲବ ଆନୂକୁଲ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଛି।

ଟୁର୍ଣ୍ଣାମେଣ୍ଟରେ କଟକ, ଭୁବନେଶ୍ୱରର ୧୬ଟି ସ୍କୁଲର କ୍ରିକେଟ ଟିମ୍‌ ଅଂଶଗ୍ରହଣ କରିଛନ୍ତି। ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ମ୍ୟାଚରେ କଟକର ଯୋବ୍ରା ମ୍ୟୁନିସିପାଲ ହାଇସ୍କୁଲ ୬୨ ରନରେ କଟକ ରେଭେନ୍ସା କଲିଜିଏଟ୍ ସ୍କୁଲକୁ ପରାସ୍ତ କରିଛି।

ପିଭିଆର ମୂର୍ତ୍ତି ସ୍ମାରକୀ ଅନ୍ତଃ ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତ ୧୩ ବର୍ଷ ଧରି ଆୟୋଜିତ ହୋଇଆସୁଅଛି। ଏହି ଟୁର୍ଣ୍ଣାମେଣ୍ଟ ଖେଳୁଥିବା ବହୁ ଯୁବ କ୍ରିକେଟର ରାଜ୍ୟକୁ ମଧ୍ୟ ପ୍ରତିନିଧିତ୍ୱ କରିଛନ୍ତି।

Comment