ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୈପାରୀଗୁଡା ପୋଲିସକୁ ହାତରେ ଧରାପଡ଼ିଛି ବିପୁଳ ପରିମାଣର ଗଞ୍ଜେଇ। ଏହାସହ ୩ଜଣଙ୍କୁ ଗିରଫ କରାଯାଇଛି। ବୈପାରୀଗୁଡା ଥାନା ଅନ୍ତର୍ଗତ ଦଶମନ୍ତପୁର ଛକରେ ଏକ ଗଞ୍ଜେଇ ବୋଝେଇ ଟ୍ରାକ୍ଟର ଜବତ କରାଯାଇଥିବା ଜଣାପଡିଛି।

ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୬୦୬ କେଜି ହୋଇଥିବା ଜଣାପଡ଼ିଛି। ଗିରଫ ହୋଇଥିବା ଚୋରାଚାଲାଣକାରୀ ତିନି ଯୁବକ ମଧ୍ୟରୁ କଦମଗୁଡାର ରାଜେନ୍ଦ୍ର ଖରା ଓ ଦେବେନ୍ଦ୍ର ଖରା ଏବଂ ଜୟନ୍ତଗିରିର ସଦା ଖରା ବୋଲି ଜଣାପଡିଛି। ଏହି ତିନି ଜଣଙ୍କୁ ବୈପାରୀଗୁଡା ଥାନା କେସ ନମ୍ବର ୧୭୦/୨୦୧୯ ଅନୁଯାୟୀ କୋର୍ଟ ଚାଲାଣ କରି ଜୟପୁରକୁ ପଠାଇଥିବା ବୈପାରୀଗୁଡା  ଥାନା  ଅଧିକାରୀ ମହେନ୍ଦ୍ର କୁମାର ସାହୁ ପ୍ରକାଶ କରିଛନ୍ତି।

Comment