ଓଡ଼ିଶାଲାଇଭ୍ ବ୍ୟୁରୋ

ଡିସେମ୍ବର ୬ ତାରିଖରୁ ଭାରତ ଓ ୱେଷ୍ଟଇଣ୍ଡିଜ୍ ଭିତରେ କ୍ରିକେଟ୍ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜର ଟି-୨୦ ମ୍ୟାଚ୍ ପାଇଁ ଶିଖର ଧାୱନଙ୍କ ବଦଳରେ ଦଳରେ ସଞ୍ଜୁ ସାମସନଙ୍କୁ ସାମିଲ କରାଯାଇଛି। ଯାହା ରିଷଭଙ୍କ ପାଇଁ ବିପଦ ହେବ ବୋଲି କୁହାଯାଉଛି।

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଆହତ ଯୋଗୁଁ ଶିଖର ଧାୱନଙ୍କୁ ଦଳରୁ ବାଦ୍ ଦିଆଯାଇଥିଲା। ଏହାପରେ ତାଙ୍କ ବଦଳରେ ଦଳରେ ସଞ୍ଜୁ ସାମସନଙ୍କୁ ସାମିଲ କରାଯାଇଛି। ସଞ୍ଜୁଙ୍କୁ ଦଳରେ ସାମିଲ କରିବା ପରେ ଏବେ ରିଷଭଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି ବୋଲି କ୍ରିକେଟ୍ ବିଶେଷଜ୍ଞମାନେ ମତ ରଖିଛନ୍ତି।

ଗତ କିଛିଟା ମ୍ୟାଚରେ ରିଷଭ ଜଣେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବେ ସଠିକ୍ ପ୍ରଦର୍ଶନ କରିପାରିନାହାନ୍ତି। ରିଷଭଙ୍କୁ ଧୋନୀଙ୍କ ଉତ୍ତରାଧିକାରୀ ଭାବି ଚୟନକର୍ତ୍ତାମାନେ ତାଙ୍କୁ ବାରମ୍ବାର ସୁଯୋଗ ଦେବା ପରେ ମଧ୍ୟ ରିଷଭ ବିଫଳ ହେବାରେ ଲାଗିଛନ୍ତି। ତେଣୁ ତାଙ୍କୁ ଦଳରୁ ମାତ୍ ଦେବା ପାଇଁ ସଞ୍ଜୁଙ୍କୁ ଦଳରେ ସାମିଲ କରାଯାଇଛି ବୋଲି କୁହାଯାଉଛି।

ଧୋନିଙ୍କ ଅବସର ନେବା ପୂର୍ବରୁ ଟିମ୍ ଇଣ୍ଡିଆ ତାଙ୍କ ସ୍ଥାନ ପୂରଣ କରିବା ପାଇଁ ଜଣେ ଉପଯୁକ୍ତ କ୍ରିକେଟରକୁ ଖୋଜୁଛି। ତେଣୁ ଏବେ ନୂଆ ନୂଆ ଖେଳାଳିଙ୍କୁ ସୁଯୋଗ ଦେବାରେ ଲାଗିଛି ଟିମ୍ ଇଣ୍ଡିଆ।

Comment