ଓଡ଼ିଶାଲାଇଭ୍‌ ବ୍ୟୁରୋ  

କୋରାପୁଟ ଜିଲ୍ଲା ଜୟପୁର ଉପଖଣ୍ଡ ପୋଲିସ ପୁଣି ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ କରିଛି। ଗୁରୁବାରର ଜୟପୁର ସଦର ପୋଲିସ ଚଢ଼ାଉ କରିଥିବା ବେଳେ ଶନିବାର ବୈପାରିଗୁଡା ପୋଲିସ ଚଢ଼ାଉ କରିଥିଲା। ୨ଟି ମାମଲାରେ ପୋଲିସ ଏକ ଟନ୍‌ ଗଞ୍ଜେଇ ଜବତ କରିବା ସହ ଟ୍ରକ, ବୋଲେରୋ, ଟ୍ରାକ୍ଟର, ୨ଟି ବାଇକ, ୭ଟି ମୋବାଇଲ ଓ ୨୦ ହଜାର ୫୫୦ ଟଙ୍କା ଜବତ କରିଛି।

ଗଞ୍ଜେଇ ଚାଲାଣ ବେଳେ ପୋଲିସ ଜାତୀୟ ରାଜପଥ ୩୨୬ର ଖୁଡୁପି ଛକ ନିକଟରେ ଚଢାଉ କରିଥିଲା। ଚଢାଉ କରି ୬ଜଣଙ୍କୁ ଗିରଫ କରିଥିଲା ପୋଲିସ। ଏହି ଗଞ୍ଜେଇ ମାଛକୁଣ୍ଡର ଡିପୋ ଗୁନେଇପଡ଼ାଠାରୁ ବଲାଙ୍ଗିର ଚାଲାଣ ହେଉଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଗୋପାଳ ଓ ଭଗବାନ।

ସେହିପରି ଗୁରୁବାର ବୈପାରିଗୁଡା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଦଶମନ୍ତପୁର ଗ୍ରାମ ନିକଟରେ ଚଢ଼ାଉ କରି ୩ ଜଣ ଗିରଫ କରିଛି। ଏହି ଘଟଣାରେ ୬୦୬ କେଜି ଗଞ୍ଜେଇ ଜବତ କରିଛି ପୋଲିସ। ଚୋରାଚାଲାଣକାରୀ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଦିଶାରିଗୁଡ଼ା ଅଭିମୁଖେ ଆସୁଥିବା ବେଳେ ପୋଲିସ ଚଢାଉ କରିଥିଲା।

Comment