ଓଡ଼ିଶାଲାଇଭ୍ ବ୍ୟୁରୋ

ଡିସେମ୍ବର ୬ ତାରିଖରୁ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ କ୍ରିକେଟ୍ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଗୁରୁବାର ବୋର୍ଡ ପକ୍ଷରୁ ୱେଷ୍ଟଇଣ୍ଡିଜ୍ ଦିନିକିଆ ଓ ଟ୍ୱେଣ୍ଟି ଟ୍ୱେଣ୍ଟି ଦଳର ଘୋଷଣା କରାଯାଇଛି।

ବୋର୍ଡ ପକ୍ଷରୁ ଘୋଷଣା ହୋଇଥିବା ଦଳରେ କିରଣ ପୋଲାର୍ଡକୁ ଦଳର ଅଧିନାୟକ ଘୋଷଣା କରାଯାଇଛି। ସେହିପରି ସାଇ ହୋପଙ୍କୁ ଦିନିକିଆ ଦଳର ଓ ନିକୋଲସ୍ ପୁରନଙ୍କୁ ଟି-୨୦ ଦଳର ଉପ-ଅଧିନାୟକ ଘୋଷଣା କରାଯାଇଛି। ଆଗାମୀ ୨୦୨୦ ଟି-୨୦ ୱାର୍ଲ୍ଡ କପ୍ ଓ ୨୦୨୧ ଦିନିକିଆ ବିଶ୍ୱକପକୁ ନଜର ରଖି ଏହି ଦଳ ଘୋଷଣା କରାଯାଇଛି ବୋଲି ୱେଷ୍ଟଇଣ୍ଡିଜ୍ ଦଳ ପକ୍ଷରୁ କୁହାଯାଇଛି।ୱେଷ୍ଟଇଣ୍ଡିଜ ଭାରତ ବିପକ୍ଷ କ୍ରିକେଟ୍ ସିରିଜରେ ୩ଟି ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ୍ ଖେଳାଯିବ। ପ୍ରଥମ ଟି-୨୦ ହାଇଦ୍ରାବାଦରେ ଖେଳାଯିବାକୁ ଥିବାବେଳେ, ଦ୍ୱିତୀୟ ଟି-୨୦ ଥିରୁଅନନ୍ତପୁରମ୍ ଓ ତୃତୀୟ ଟି-୨୦ ମୁମ୍ବାଇରେ ଖେଳାଯିବ। ସେହିପରି ଦିନିକିଆ ମ୍ୟାଚଗୁଡ଼ିକ ଚେନ୍ନାଇ, ବିଶାଖାପାଟଣା ଓ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ।

ୱେଷ୍ଟଇଣ୍ଡିଜ୍ ଦିନିକିଆ ଦଳ:

କିରଣ ପୋଲାର୍ଡ (ଅଧିନାୟକ), ସୁନୀଲ ଆମ୍ୱିସ୍, ସାଇ ହୋପ୍, ଖାରି ପିଏରେ, ରୋଷ୍ଟନ୍ ଚେଜ୍, ଆଲଜାରି ଜୋସେଫ୍, ସେଲଡନ୍ କଟ୍ରେଲ, ବ୍ରାଣ୍ଡନ୍ କିଙ୍ଗ୍, ନିକୋଲସ୍ ପୁରନ୍, ସିମ୍ରନ୍ ହେତମେୟର, ଏଭିନ୍ ଲୁଇସ୍, ରୋମାରିଓ ସେଫର୍ଡ, ଜେସନ ହୋଲଡର, କିମୋ ପଲ୍ ଓ ହେଡେନ୍ ୱାଲସ୍ ଜୁନିୟର

ୱେଷ୍ଟଇଣ୍ଡିଜ୍ ଟି-୨୦ ଦଳ:

କିରଣ ପୋଲାର୍ଡ (ଅଧିନାୟକ), ଫାବିଏନ୍ ଆଲେନ୍, ବ୍ରାଣ୍ଡନ୍ କିଙ୍ଗ୍, ଦିନେଶ ରାମଦିନ୍, ସେଲଡନ୍ କଟ୍ରେଲ, ଏଭିନ୍ ଲୁଇସ୍, ସେଫାନ୍  ରଦରଫୋର୍ଡ, ସିମ୍ରନ୍ ହେତମେୟର, ଖାରି ପିଏରେ, ଲେଣ୍ଡଲ ସିମନସ, ଜେସନ୍ ହୋଲଡର, ହେଡେନ୍ ୱାଲସ୍ ଜୁନିୟର, କିମୋ ପଲ୍, ନିକୋଲସ୍ ପୁରନ୍, ଓ କେସ୍ରିକ୍ ୱିଲିୟମସ୍

Comment