ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହିଳାମାନଙ୍କର ଉନ୍ମତ୍ତ କାଣ୍ଡ। ଥାନା ଅଧିକାରୀଙ୍କୁ ଘେରିବା ସହ ମାଡ଼ ମାରିଥିବା ଅଭିଯୋଗ ମଧ୍ୟ ହୋଇଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ଼ ଅନ୍ତର୍ଗତ ଗୁରୁଡ଼ିଝାଟିଆ ଥାନାରେ। ଦୁଇ ଗୋଷ୍ଠୀ ମହିଳାଙ୍କ ବିବାଦର ସମାଧାନ ଓ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ମହିଳାମାନେ ଏପରି କରିଥିବା ଜଣାପଡ଼ିଛି।

ଆଠଗଡ଼ କାଲିବାଳି ଗାଁରେ ପାଚେରୀ ନିର୍ମାଣକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ପରସ୍ପର ମଧ୍ୟରେ ଥାନାରେ ଅଭିଯୋଗ କରିଥିଲେ ଉଭୟ ଗୋଷ୍ଠୀ। ଏନେଇ ଆଜି ଗୋଟିଏ ଗୋଷ୍ଠୀର ମହିଳା ତାନାକୁ ଯାଇ ଆଇଆଇସିଙ୍କୁ ଘେରିଥିଲେ।

ତେବେ ଆଇଆଇସି ଏହାକୁ ପ୍ରତିବାଦ କରିବାରୁ ମହିଳାମାନେ ତାଙ୍କୁ ପେଲାଠେଲା କରିବା ସହ ମାଡ଼ ମଧ୍ୟ ମାରିଥିଲେ।

Comment