ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାଲିଛି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ। ପ୍ରଥମ ପର୍ଯ୍ୟାୟରେ ୧୩ଟି ଆସନ ପାଇଁ ଜାରି ରହିଛି ମତଦାନ। ଦିନ ୧ଟା ସୁଦ୍ଧା ୪୭ ପ୍ରତିଶତ ଭୋଟିଂ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୬ଟି ଜିଲ୍ଲାର ୧୩ଟି ନିର୍ବାଚନ ମଣ୍ଡଳୀରେ ଭୋଟିଂ ହେଉଛି। ଏହି ପର୍ଯ୍ୟାୟରେ ପ୍ରାୟ ୩୭ ଲକ୍ଷ ୮୩ ହଜାର ଭୋଟର ରହିଛନ୍ତି। ଏଥିସହ ୧୮୯ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା।

ଅନ୍ୟପକ୍ଷରେ ମତଦାନକୁ ପ୍ରଭାବିତ କରିବା ପାଇଁ ଆଜି ସକାଳେ ନକ୍ସଲମାନେ ବିସ୍ଫୋରଣ କରିଥିଲେ। ମାତ୍ର ଏହାର ପ୍ରଭାବ ପଡ଼ିନାହିଁ।

Comment