ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ହେଲେ କଂଗ୍ରେସର ନାନା ପାଟୋଲେ। ବାଚସ୍ପତି ପଦ ପାଇଁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ନାନା ପାଟୋଲେ। ବିରୋଧୀ ବିଜେପି ବାଚସ୍ପତି ପ୍ରାର୍ଥୀ ପାଇଁ ବିଧାୟକ କିସନ କଠୋରଙ୍କୁ ପ୍ରାର୍ଥୀ କରିବ ବୋଲି ପ୍ରଥମେ ଘୋଷଣା କରିଥିଲା। ହେଲେ ଏବେ ପ୍ରାର୍ଥୀ ଦେବ ନାହିଁ ବୋଲି ଘୋଷଣା କରିବା ପରେ ନାନା ପଟୋଲେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି।

ନାନା ପଟୋଲେ ହେଉଛନ୍ତି ପୂର୍ବତନ ବିଜେପି ସାଂସଦ। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ଵେଚ୍ଛାଚାରୀ କହିଥିଲେ। ସେଥିପାଇଁ ତାଙ୍କୁ ଉଭୟ ଦଳ ଓ ସାଂସଦ ପଦରୁ ବହିଷ୍କାର କରାଯାଇଥିଲା। ପରେ ସେ କଂଗ୍ରେସରେ ଯୋଗ ଦେଇଥିଲେ।

ଏନେଇ ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି, “ଆମ ଦଳ କିସାନ କାଠୋରେଙ୍କୁ ବିଧାନସଭା ବାଚସ୍ପତି ପାଇଁ ପ୍ରାର୍ଥୀ କରିଥିଲା। ହେଲେ ବର୍ତ୍ତମାନ ଆମେ ତାଙ୍କ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଛୁ।”

Comment