ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ନାନା ପଟେଲ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ହୋଇଛନ୍ତି। ତେବେ ଜାଣନ୍ତୁ କିଏ ନାନା ପାଟୋଲେ ଯାହାଙ୍କ ଉପରେ କଂଗ୍ରେସ ଭରସା କରିଛି।

କଂଗ୍ରେସ ନାନା ପଟେଲ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ହୋଇଛନ୍ତି। ବାଚସ୍ପତି ପଦ ପାଇଁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ନାନା ପାଟୋଲେ। ବିରୋଧୀ ବିଜେପି ବାଚସ୍ପତି ପ୍ରାର୍ଥୀ ପାଇଁ ବିଧାୟକ କିସନ କଠୋର ନିଜ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପରେ ନାନା ପଟୋଲେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି।

ନାନା ପାଟୋଲେ ମହାରାଷ୍ଟ୍ର ବିଦର୍ଭର ସକୋଲି ବିଧାନସଭାରୁ କଂଗ୍ରେସର ସାଂସଦ ରହିଛନ୍ତି। ଅସଲରେ କିଏ ନାନା ପଟେଲ ଯାହା ଉପରେ ଭରସା କରିଛି କଂଗ୍ରେସ।

କିଏ ନାନା ପାଟୋଲେ?

ନାନା ପାଟୋଲେ ୧୯୯୦ ମସିହାରେ ଭଣ୍ଡାରା ଜିଲ୍ଲା ପରିଷଦର ସଦସ୍ୟ ହୋଇଥିଲେ। ଏହାପରେ ନିଜର ପ୍ରଥମ ବିଧାନସଭା ନିର୍ବାଚନରେ ତାଙ୍କୁ କଂଗ୍ରେସ ଟିକେଟ ନେଦାବରୁ ସେ ସ୍ଵାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ। ହେଲେ ଏଥିରେ ସେ ବିଜେପିଠାରୁ ପରାସ୍ତ ହୋଇଥିଲେ। ପରେ ୧୯୯୯ ଓ ୨୦୦୪ରେ ପାଟୋଲେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ।

ପାଟୋଲେ କଂଗ୍ରେସରୁ ବିରୋଧୀ ଦଳର ନେତା ମଧ୍ୟ ରହିଥିଲେ। ହେଲେ ୨୦୧୪ ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ସାଧାରଣ ନିର୍ବାଚନରେ ଭଣ୍ଡାରା ଆସନରୁ ସେ ଏନ୍‌ସିପି ନେତା ପ୍ରଫୁଲ୍ଲ ପଟେଲଙ୍କୁ ଦେଢ଼ ଲକ୍ଷ ଭୋଟରେ ପରାସ୍ତ କରି ସାଂସଦ ହୋଇଥିଲେ। ହେଲେ ପରେ ସେ ପୁଣି କଂଗ୍ରେସକୁ ଫେରିଯାଇଥିଲେ।

Comment